ବଣାଇ : ୧୪/୨ (ସତ୍ୟାନ୍ୟୁଜ) ବଣାଇଁ ଥାନା ଅନ୍ତର୍ଗତ ବିଜାଘାଟ ନିକଟରେ ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହେବ ଫଳରେ ବାଇକ ଚଳକଙ୍କ ମୃତ୍ୟ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ବାଇକ ଯୋଗେ ଏହି ତିନି ଜଣ ନରେନ୍ଦ୍ର ପଟୁ ଯାଉଥିବା ବେଳେ ଅପରପକ୍ଷରୁ ଏକ ପିକଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପ୍ରଥମେ ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ ବଣାଇ ଡାକ୍ତରଖାନା ନିଆଯାଇଥିଲା। ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ପଠାଯାଇଛି।