ରାଉରକେଲା : ମାର୍ଚ୍ଚ ୧୦ ରୁ ପୁଣି ଚଳ ଚଞ୍ଚଳ ହୋଇ ଉଠିବ ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ।। ପ୍ରୋ- ଲିଗ୍ ସହ ଜାତୀୟ ସ୍ତରର ହକି ପ୍ରତିଯୋଗିତା ହେବ।
ରାଉରକେଲା : ୧୪/୨ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ହକି ପ୍ରେମୀଙ୍କ ଲାଗି ଏକ ଖୁସି ଖବର। ଆସନ୍ତା ମାର୍ଚ୍ଚ ମାସରୁ ପୁଣି ଚଳ ଚଞ୍ଚଳ ହୋଇପଡିବ ରାଉରକେଲା ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ। ଜାନୁଆରୀ ୨୯ ତାରିଖରେ ହକି ବିଶ୍ୱକପ ସରିବା ପରେ ନୂତନ ହକି ଷ୍ଟାଡିଅମ ଅଞ୍ଚଳ ସୁନ୍ ସାନ୍ ହୋଇ ପଡ଼ିଥିଲା।
ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୧୦ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭାରତ , ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରୋ- ଲିଗ୍ ର ୬ଟି ମ୍ୟାଚ ଖେଳାଯିବ। ପରେ ଏପ୍ରିଲ ୧୩ ରୁ ୨୩ ତାରିଖ ପର୍ଯ୍ୟନ୍ତ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗୀତା ହେବ। ଏପ୍ରିଲ ୨୮ ରୁ ମେ ୮ ତାରିଖ ପର୍ଯ୍ୟନ୍ତ କନିଷ୍ଠ ପୁରୁଷ ପ୍ରତିଯୋଗିତା ହେବ। ସେହିପରି ମେ ୧୩ ରୁ ୨୩ ତାରିଖ ପର୍ଯ୍ୟନ୍ତ ଉପ କନିଷ୍ଠ ମହିଳା ଏବଂ ମେ ୨୮ ରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ଉପ କନିଷ୍ଠ ପୁରୁଷ ବର୍ଗର ମ୍ୟାଚ ଖେଳାଯିବ। ଉଦୀୟମାନ ହକି ଖେଳାଳୀଙ୍କ ସର୍ବାଙ୍ଗୀନ ବିକାଶ ତଥା ଉନ୍ନତି ପାଇଁ ଜାତୀୟ ସ୍ତରୀୟ ହକି ପ୍ରତଯୋଗୀତାକୁ ପ୍ରାଥମିକତା ଦିଆଯାଉଛି ବୋଲି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି।