ରାଇରଙ୍ଗପୁର : କେନ୍ଦ୍ରୀୟ ବଜେଟ ରେ ମୟୁରଭଞ୍ଜ ପ୍ରତି ବୈମାତୃକ ମନୋଭାବ ପୋଷଣ ଅଭିଯୋଗ।। ପ୍ରତିବଡ଼ରେ ବିଜେଡିର ବିକ୍ଷୋଭ।

0 279

ମୟୁରଭଞ୍ଜ : ୧୩/୨ (ସତ୍ୟାନ୍ୟୁଜ) କେନ୍ଦ୍ର ବଜେଟରେ ମୟୂରଭଞ୍ଜ ଜିଲ୍ଲା ପ୍ରତି ଅବହେଳା ପ୍ରତିବାଦରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି କାଶିନାଥ ହେମ୍ବ୍ରମ୍ , ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମରୋଡା ବିଧାୟକ ରାଜକିଶୋର ଦାସ , ଯୁବ ସଭାପତି ଅଭିଶେକ ପଟ୍ଟନାୟକ, ମହିଳା ସଭାପତି ତନୁଜା ମହାନ୍ତ,ପୂର୍ବତନ ସାରସକଣା ବିଧାୟକ ଭାଦବ ହାଁସଦା , ଜିଲ୍ଲାପରିଷଦ ୧୯,୨୦,୧୬,୨୫,୨୬,୪୫,୪୬ଓ ୧୧ ନଂ ଜୋନ ସଭ୍ୟ ତଥା ସମସ୍ତ ବ୍ଲକ୍ ର ସଭାପତି ଓ ଅଧ୍ୟକ୍ଷ ଉପସ୍ଥିତ ଥିଲେ |ଉକ୍ତ ପ୍ରତିବାଦ ସଭାରେ ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ। ମୟୂରଭଞ୍ଜକୁ କେନ୍ଦ୍ର ସରକାର ସବୁବେଳେ ଉପେକ୍ଷା କରୁଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ର ବଜେଟ ରେ ମୟୂରଭଞ୍ଜରେ କୌଣସି ରେଳ ପ୍ରକଳ୍ପ ଲାଗି ଅଟକଳ କରାଯାଇ ନଥିବା ଅଭିଯୋଗ କରିଛି ବିଜେଡି। କେନ୍ଦ୍ର ବଜେଟ ରେ ମୟୂରଭଞ୍ଜ ପ୍ରତି ବୈମାତୃକ ମନୋଭାବ ଥିବାରୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘୋର ନିନ୍ଦା କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ। ଏ ବାବଦରେ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା।

Leave A Reply

Your email address will not be published.