ରାଇରଙ୍ଗପୁର : ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଜନ୍ମ ବାର୍ଷିକୀ ଅନୁଷ୍ଠିତ।। ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅୟୋଜିତ।
ମୟୁରଭଞ୍ଜ : ୧୩/୨ (ସତ୍ୟାନ୍ୟୁଜ) ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ଅଳାଁଡୁବା ସତସଙ୍ଗବିହାର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୫ତମ ଜନ୍ମବାର୍ଷିକୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ମାତୃ ସମ୍ମିଳନୀ ସରୋଜିନୀ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରଣତି ସରନ୍ , ରିତାଞ୍ଜଳି ବିଶ୍ବାଳ ଏବଂ ସୁଧାଂଶୁବାଳା ପଟ୍ଟନାୟକ ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଥିଲେ।
ଉକ୍ତ ଅବସରରେ ଉପେନ୍ଦ୍ର ସାହୁ,ଆଦିତ୍ୟ କୁମାର ସାହୁ, ମହେଶ୍ବର ମହାପାତ୍ର , ଜୟନ୍ତୀ ବିଶ୍ବାଳ ଓ ସୋନାଲି ବାରିକଙ୍କ ଦ୍ବାରା ଭଜନ,କୀର୍ତ୍ତନ,ସଂଙ୍ଗୀତାଞ୍ଜଳି ଓ କୋରସ୍ ପରିବେଷିତ ହୋଇଥିଲା |ତାପରେ ସତସଙ୍ଗ କାର୍ଯ୍ୟକ୍ରମରେ ସଭାପତିତ୍ବ ହରିହର ଦାସ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ବିଚିତ୍ରାନନ୍ଦ ପଟ୍ଟନାୟକ ଦେଇଥିଲେ।ଏଥିରେ ମୁଖ୍ୟଅତିଥି ରୂପେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ମୁଖ୍ୟବକ୍ତା ବିଷ୍ଣମୋହନ ଉପାଧ୍ୟାୟ,ସମ୍ମାନିତ ଅତିଥି ଇଂ ଭାସ୍କର ସରଣ ତଥା ବେଣୁଧର ମହାରଣା,ପରମାନନ୍ଦ ମହାନ୍ତ,ସୁରେନ୍ଦ୍ର ନାୟକ,ନିଗମାନନ୍ଦ ପଟ୍ଟନାୟକ,ଗୋଲକବିହାରି ଆଚାର୍ଯ୍ୟ,ଯତିକିଶୋର ଦଳେଇ,ଅନ୍ତର୍ଯ୍ୟାମୀ ନାୟକ,ବିଜୟ ଦାସ,ପ୍ରଣିବେଶ ପଟ୍ଟନାୟକ,ଗଗନ ମହାନ୍ତ ଓ ପରେଶ ଗିରି ପ୍ରମୁଖ ଉପସ୍ଥିତ ରହି ଠାକୁରଜୀଙ୍କର ଅମୂଲ୍ୟ ବାଣୀ ଓ ଦିଗଦର୍ଶନ ଦେଇଥିଲେ |ସୁଧାକଳା ବିଦ୍ୟାମନ୍ଦିର ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା |ଏଥିରେ ୩ଟିଗ୍ରୁପ୍ ରେ ୯ଜଣଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା |ଏହି ମହାନ କାର୍ଯ୍ୟକ୍ରମ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର କରଂଜିଆସ୍ତିତ ଭୂମିକା ଚକ୍ଷୁ ଡାକ୍ତରଖାନା ତରଫରୁ ଅନୁଷ୍ଠିତ ହୋଇଥିଲା। ଏଥିରେ ୮୨ଜଣଙ୍କୁ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୨୧ ଜଣଙ୍କୁ ଚଷମା ଦିଆଯାଇଥିବା ସହିତ ୬ଜଣଙ୍କୁ ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା |ଉକ୍ତ ଶିବିରରେ ଭୂମିକା ଅନୁଷ୍ଠାନର ଆଞ୍ଚଳିକ ପରିଚାଳକ କର୍ଣ୍ଣାଟ କିଶୋର ଜେନା,ଚକ୍ଷୁ ସହାୟକ ଅଭିଜିତ ପୁଷ୍ଚି,ସ୍ବାସ୍ଥ୍ୟ ସହାୟିକା ମୁଖ୍ୟ ମମତା ବେହେରା ଓ କାରୁରା ବାସ୍କେ ପ୍ରମୁଖ ସହଯୋଗ କରିଥିଲେ |ଏହି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ସହର ତଥା ଆଖପାଖର ଶ୍ରଦ୍ଧାଳୁ ବହୁ ସଂଖ୍ୟାରେ ଦେଖିବାକୁ ମିଳିଥିଲା।