କାରଞ୍ଜିଆ : ୧୩/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାଇକ ରେ ଆସୁଥିବା ବେଳେ ଭାରସାମ୍ୟ ହରାଇ କେନାଲ ରେ ଖସି ପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ହାତିବାରି ଗ୍ରାମ ନିକଟରେ। ରବିବାର ସନ୍ଧ୍ୟାରେ ଏକ ଖେଳ ପ୍ରତିଯୋଗିତା ଦେଖି ଚାରି ଜଣ ସାଙ୍ଗ ଗୋଟିଏ ବାଇକ ରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ହୁଡ଼ି ସାହି ନିକଟରେ ଭାରସାମ୍ୟ ହରାଇ ଦେଓ କେନାଲ ରେ ବାଇକ ଖସି ପଡିବାରୁ କେନାଲ ପାଣି ରେ ବୁଡି ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ପରେ ଆଉ ଦୁଇଜଣଙ୍କ ଶବ ଉଦ୍ଧାର କରିଥିଲେ। ଏହି ଦୁଃଖଦ ଘଟଣାରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।