ରାଜଗାଙ୍ଗପୁର : ଚିଟ୍ ଫଣ୍ଡ ଠକାମିର ଶିକାର ଜମାକାରୀଙ୍କ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ। ଅର୍ଥ ଫେରସ୍ତ ଦାବିରେ ବିକ୍ଷୋଭ।
ରାଜଗାଙ୍ଗପୁର : ୧୩/୨ (ସତ୍ୟାନ୍ୟୁଜ) ଆସ୍ଥା , ବେସିଦ , ରୋଜ୍ ଭେଲି ଆଦି ଚିଟ୍ ଫଣ୍ଡ ସଂସ୍ଥା ଆଦିବାସୀ ଅଧ୍ୟୁଷିତ ରାଜଗାଙ୍ଗପୁର ଅଞ୍ଚଳରେ ବହୁ ଲୋକଙ୍କ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଗରିବ ଆଦିବାସୀ ମାନଙ୍କୁ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ କରିଛନ୍ତି ଜମାକାରୀ ମାନେ। ଆଜି ବହୁ ସଂଖ୍ୟାରେ ମହିଳା ପୁରୁଷ ରାଜଗାଙ୍ଗପୁର ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ସରକାରୀ ଉଦାସୀନତା ଉପରେ ଦୋଷାରୋପ କରିଥିଲେ ଠକାମି ଶିକାର ହୋଇଥିବା ଲୋକ ମାନେ। ଜମାକାରୀଙ୍କ ଟଙ୍କା ଶୀଘ୍ର ଫେରସ୍ତ ନକଲେ ସମଗ୍ର ପଶ୍ଚିମ ଓଡିଶା କ୍ଷତିଗ୍ରସ୍ତ ଜମାକାରୀ ସଂଘ ପକ୍ଷରୁ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।