ମୟୁରଭଞ୍ଜ : ମହୁଲଡିହା ଥାନା ପରିସରରେ ଅଗ୍ନିକାଣ୍ଡ।। ଜବତ ହୋଇଥିବା ବହୁ ଗାଡି ଜାଳି ପାଉଁଶ।

0 314

ମୟୁରଭଞ୍ଜ : ୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ମହୁଲଡିହା ଥାନା ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ରବିବାର ଦିନ ଘଟିଥିବା ଏହି ଅଗ୍ନିକାଣ୍ଡରେ ଥାନା ପରିସରରେ ଜବତ ହୋଇ ରହିଥିବା ବହୁ ଗାଡି ଜଳିପୋଡ଼ି ପାଉଁଶ ହୋଇଯାଇଛି। ଥାନା ପଛପଟେ ପଡିଥିବା ଶୁଖିଲା ପତ୍ର ରେ କୈାଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ଥାନା ପାଚେରୀ ପରିସର ଭିତରେ ଜବତ ହୋଇଥିବା ଗାଡ଼ି ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମାତ୍ର ନିଆଁ ଆୟତ୍ତ ହେବା ବେଳକୁ ଜବତ ହୋଇ ରହିଥିବା ଗୋଟିଏ କାର , ୧୮ ଗୋଟି ବାଇକ , ୨ଟି ଅଟୋ ,୪ଟି ସାଇକେଲ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇ ଯାଇଥିଲ।

Leave A Reply

Your email address will not be published.