ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ବନ ବିଭାଗ ପେଟ୍ରୋଲିଂ ଟିମ ଲାଠିକଟା ନିକଟରୁ ଏକ ପିକଅପ ଭ୍ୟାନ କୁ ଜବତ କରିବା ସହ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ମୂଲ୍ୟବାନ କାଠ ଜବତ କରିଛନ୍ତି
। ବାଙ୍କୀ ଫରେଷ୍ଟ ରେଞ୍ଜ ର କୁଚେଇତା ଜଙ୍ଗଲ ରୁ ଏହି ମୂଲ୍ୟବାନ କାଠ ବାହାରକୁ ସ୍ମଗଲିଙ୍ଗ ଉଦ୍ଦେଶ୍ୟରେ ନିଆଯାଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢାଇ କରାଯାଇଥିଲା । ଉକ୍ତ ଗାଡ଼ିରେ ତିନିଜଣ ଥିବା ବେଳେ ବନ ବିଭାଗ ଅଧିକାରୀ ଜଣେ କାଠ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛନ୍ତି । ଏହି କାଠ ଚୋରି ରାକେଟ ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ବିବାଦରେ ବନ ବିଭାଗ ତଦନ୍ତ କରୁଛି ।