ରାଉରକେଲା : ପ୍ରଶାନ୍ତଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ।। ୧୫ ନମ୍ବର ସେକ୍ଟର ମଲ୍ଲିକ ବସ୍ତି ଏବଂ ଏଚ ବ୍ଲକ ବସ୍ତି ଗସ୍ତ।

0 289

ରାଉରକେଲା : ୧୨/୨ (ସତ୍ୟାନ୍ୟୁଜ) ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ତାଙ୍କର ‘ଆସ ଆମେ ବସ୍ତି କୁ ଯିବା’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶାନ୍ତ ସେକ୍ଟର – ୧୫ ଏଚ ବ୍ଲକ ବସ୍ତି ଏବଂ ମଲ୍ଲିକ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ସମସ୍ୟା ଉପରେ ଅବଗତ ହୋଇଥିଲେ। ଉକ୍ତ ଅଞ୍ଚଳ ର ବୃଦ୍ଧ , ବୃଦ୍ଧା ,ବିଧବା , ଭିନ୍ନକ୍ଷମ ଏବଂ ଅନ୍ୟ ଯେଉଁ ମାନେ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅର୍ଥ ଅଭାବ ରୁ ଯେଉଁ ମାନେ ରୋଗ ଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସରକାରୀ ସ୍ତରରେ ଯଥା ସମ୍ଭବ ଚିକିତ୍ସା ସାହାଯ୍ୟ କରାଇବାକୁ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ପ୍ରଶାନ୍ତଙ୍କ ସହ ଏହି କାର୍ଯ୍ୟକ୍ରମ ରେ ନବାବ ଆକ୍ଟର, ବିଶ୍ୱ ରଞ୍ଜନ ରାଉତ, ସରୋଜ ନାୟକ, ଜିତେନ୍ ମାଛଖଣ୍ଡ,ଧନଞ୍ଜୟ ଖଟୁଆ ଅଭିଷେକ ନାୟକ ପ୍ରମୁଖ ସାମିଲ ଥିଲେ |

Leave A Reply

Your email address will not be published.