ବିରମିତ୍ରପୁର : ହାତୀ ଆକ୍ରମଣରେ ଗ୍ରାମବାସୀଙ୍କ ମୃତ୍ୟୁ।। କ୍ଷତିପୂରଣ ତଥା ହାତୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି।

0 63

ବିରମିତ୍ରପୁର:୧/୮(ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ ଜାରି ରହିଛି। ଆଜି ସକାଳେ ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହାତିବାରି ଥାନା ଅନ୍ତର୍ଗତ ଓଲାଣି ଗ୍ରାମର ରାମଚନ୍ଦ୍ର ଗୌଡ ବୋଲି ଜଣା ପଡିଛି। ରାମଚନ୍ଦ୍ର କ୍ଷେତକୁ ଯାଉଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ଗ୍ରାମବାସୀ ମାନେ ସେଠାରେ ପହଞ୍ଚି ହାତୀ ଘଉଡ଼ାଇବା ସହ ରାମଚନ୍ଦ୍ର ଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣା ନେଇ ଗ୍ରାମବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ବହୁ ଦିନ ହେଲା ଏହି ଗୋଠ ଛଡା ଦନ୍ତା ହାତୀ ଉକ୍ତ ଅଞ୍ଚଳରେ ଉପଦ୍ରବ କରୁ ଥିଲେ ମଧ୍ୟ ବନ ବିଭାଗ ହାତୀ ଘଉଡ଼ାଇବା ରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି। ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଛନ୍ତି।
ଏବେ ସୁନ୍ଦରଗଡ଼ ଜିଲ୍ଲା ର ଵିଶ୍ରା, ବନ୍ଧମୁଣ୍ଡା , ବଣାଇ , କୋଇଡା , ଲାଠିକଟା ଆଦି ଅଞ୍ଚଳ ସହ ଅନ୍ୟ ସ୍ଥାନ ମାନଙ୍କରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାବାସୀ ଦାବି କରିଛନ୍ତି।

Leave A Reply

Your email address will not be published.