ବଣାଇ : ୧୨/୨ (ସତ୍ୟାନ୍ୟୁଜ) ବଣାଇଁ ଶୁଣ୍ଡିକୋଣ ଠାରେ ଥିବା ବନ ବିଭାଗର ନର୍ସରୀ ଠାରେ ଅଗ୍ନି ନିୟନ୍ତ୍ରଣ କର୍ମଶାଳା ଏବଂ ମାନବ – ଜୀବଜନ୍ତୁ ଦ୍ବନ୍ଦ ହ୍ରାସ ନିମନ୍ତେ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇଁ ରେଞ୍ଜର ମନୋଜ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବଣାଇଁ (ଖ) ଜିଲ୍ଲାପରିଷଦ ରାମଚନ୍ଦ୍ର ସାହୁ,କେନ୍ଦ୍ରିକଳା ସରପଞ୍ଚ ଉଗ୍ରସେନ କିସାନ,ବନଖଣ୍ଡ କାର୍ଯ୍ୟାଳୟ ଏଫଇଓ ସତ୍ଯନାରାୟଣ ମିଶ୍ର, ବଣାଇଁ କେନ୍ଦ୍ରୁ ପତ୍ର ବନାଞ୍ଚଳ ଅଧିକାରୀ ଚନ୍ଦ୍ରକାନ୍ତ ଗଡନାୟକ, ବଣାଇଁ (କ) ଜିଲ୍ଲାପରିଷଦ ବୀର ବିଚିତ୍ର ସେନ ନାୟକ ଉପସ୍ଥିତ ରହି ଜଗଂଲରେ ଅଗ୍ନି ନିୟନ୍ତ୍ରଣ ବିଷୟ ଆଲୋକପାତ କରିବା ସହିତ ବନ୍ୟଜନ୍ତୁ ସୁରକ୍ଷା ଉପରେ ଅଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ବଣାଇଁ ବନପାଳ ଜ୍ଞାନ ରଞ୍ଜନ ମାହାନ୍ତି,ସରସରା ସେକ୍ସନର ବନପାଳ କୃର୍ଷ୍ଣ ଚନ୍ଦ୍ର ସାହୁ, ଧରଣୀଧର ସେକ୍ସନର ବନପାଳ କ୍ଷିରେଶ୍ବରୀ ବେହେରା, ସରସରା ବଲାଙ୍ଗ ଫରେଷ୍ଟଗାର୍ଡ ତରୁଲତା କିସାନ, ଜକୈକଳା ସରପଞ୍ଚ କୈଳାସ ଚନ୍ଦ୍ର କିସାନ, ଗୋଗୁଆ ସରପଞ୍ଚ ଲଲିତ ମୋହନ କିସାନ, ବଣାଇଁ ସରପଞ୍ଚ ନମିତା ନାଗ, ଗୋବିନ୍ଦପୁର ସରପଞ୍ଚ ଜମୁନା ନାଏକ,ଭାଲୁଡୁଗୁଂରି ସରପଞ୍ଚ ବାଳମତି ଦାଶ, ଝିରଡାପାଲି ସରପଞ୍ଚ ତ୍ରିଲୋଚନ ଛଦିଆ,କଷଡା ସରପଞ୍ଚ ଅନନ୍ତ ପଟ୍ଟା,ସରସରା ସରପଞ୍ଚ ଜୟନ୍ତୀ ବାଳା ବଡନାୟକ, ବଣାଇଁ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନେ, ବନ ସୁରକ୍ଷା ସମିତି କର୍ମଚାରୀ ତଥା ବନ ବିଭାଗର ପାରା ଷ୍ଟାଫ୍ ପ୍ରମୁଖ ଉପସ୍ଥିତଥିଲେ