ରାଉରକେଲା : ରାଉରକେଲା ରିଙ୍ଗ ରୋଡ଼ କଡ଼ ଏବଂ ଆଖପାଖ ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି।। ଖରାଦିନ ପୂର୍ବରୁ ନିଆଁ ଲାଗିବା ଚିନ୍ତା ଜନକ।
ରାଉରକେଲା : ୧୨/୨ (ସତ୍ୟାନ୍ୟୁଜ) ରାଉରକେଲା ସହରର ରିଙ୍ଗ ରୋଡ଼ ପାର୍ଶ୍ୱ ଏବଂ ଆଖପାଖରେ ଥିବା ଜଙ୍ଗଲରେ ବାରମ୍ବାର ନିଆଁ ଲାଗିବା ଚିନ୍ତାର ବିଷୟ ହୋଇଛି। ରବିବାର ଦିନ ଦିଲ୍ଲୀ ପବ୍ଲିକ ସ୍କୁଲ ନିକଟ ରିଙ୍ଗ ରୋଡ଼ କଡରେ ଥିବା ଜଙ୍ଗଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ଫାୟାର ଟିମ୍ ପହଞ୍ଚି ନିଆଁକୁ ଅୟତ୍ତ କରିବାକୁ ଉଦ୍ୟମ କରିଥିଲେ। ସେହିପରି ଆଜି ଓମଫେଡ କାରଖାନା ନିକଟ ବାଙ୍କିଆ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଫାୟାର ବ୍ରିଗେଡ଼ ଟିମ୍ ପହଞ୍ଚି ନିଆଁ କୁ ଅୟତ୍ତ କରିବାକୁ ଉଦ୍ୟମ କରିଥିଲେ। ତେବେ ରାସ୍ତା ଅଣ ଓସାରିଆ ଥିବାରୁ ନିଆଁ ଲଭାଇବାକୁ ଫାୟାର ଟିମ୍ ଙ୍କୁ ଅସୁବିଧା ହୋଇଥିଲା। ତେବେ ବହୁ କଷ୍ଟରେ ନିଆଁ କୁ ଆୟତ୍ତ କରାଯାଇ ପାରିଥିଲା। ଖରାଦିନ ଆସିବା ପୂର୍ବରୁ ରାଉରକେଲା ଏବଂ ଆଖପାଖ ଅଞ୍ଚଳର ଜଙ୍ଗଲରେ ନିଆଁ ଲାଗିବା ଚିନ୍ତାର ବିଷୟ ହୋଇଛି।