ମୟୁରଭଞ୍ଜ : ଐତିହାସିକ ଖିଚିଂ ମନ୍ଦିର ର ୪ଟି ଦାନ ହୁଣ୍ଡି ଲୁଟି ନେଲେ ଦ୍ରୁବୃତ୍ତ।। କୀଚକେଶ୍ୱରୀଙ୍କ ଦାନ ହୁଣ୍ଡି ଖୋଲିବାରେ ବିଫଳ।
ମୟୁରଭଞ୍ଜ : ୧୨/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା ଖିଚିଂ ର ଐତିହାସିକ କୀଚକେଶ୍ୱରୀ ମନ୍ଦିର କମ୍ପ୍ଲେକ୍ସ ରୁ ଦୃବୃତ୍ତ ମାନେ ୩ଟି ଦାନ ହୁଣ୍ଡି ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ଏହି ହୁଣ୍ଡି ଗୁଡିକ ବିଶ୍ୱ ଶାନ୍ତି ମହାଯଜ୍ଞ ଲାଗି ସେଠାରେ ରଖାଯାଇଥିଲା। ତେବେ କୀଚକେଶ୍ୱରୀ ମନ୍ଦିର ର ଦାନ ହୁଣ୍ଡି ଉଠାଇ ନେଇ କିଛି ଦୂରରେ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଫଳରେ ମୁଖ୍ୟ ମନ୍ଦିର ର ହୁଣ୍ଡି ସେଠାରେ ଛାଡି ଦୃବୃତ୍ତ ମାନେ ଫେରାର ହୋଇଯାଇଥିଲେ। ଚୋରି ର ସମସ୍ତ ଘଟଣା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଛି। ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ବିଭିନ୍ନ ଦିଗରୁ ତଦନ୍ତ କରୁଛନ୍ତି। କିଛି ଦୂରରେ ଥିବା ମା ଲଷ୍ମୀ ମନ୍ଦିରର ମଧ୍ୟ ଦାନ ହୁଣ୍ଡି ଭାଙ୍ଗି ଦ୍ରୁବୃତ୍ତ ମାନେ ଟଙ୍କା ଲୁଟି ନେଇଛନ୍ତି। ଆଗାମୀ ଦିନରେ ଖିଚିଂ ମହୋତ୍ସବ ଏବଂ ଜାଗର ଯାତ୍ରା ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଦାବି ହୋଇଛି। ଚୋରି ଘଟଣାର ତଦନ୍ତ ରରୁଆଁ ପୋଲିସ କରୁଛି।