ରାଇରଙ୍ଗପୁର : ସୁଲେଇପାଟ ରେ ସହିଦ ବାବା ତିଲକା ମାଝୀଙ୍କ ଜନ୍ମ ବାର୍ଷିକୀ ପାଳନ।। କ୍ରୀଡା ଏବଂ ନୃତ୍ୟ ପ୍ରତିଯୋଗିତା ଅୟୋଜିତ।

0 270

ମୟୁରଭଞ୍ଜ : ୧୨/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡା) ସହିଦ ବାବା ତିଲକା ମାଝୀଙ୍କ ଜନ୍ମ ବାର୍ଷିକୀ ସୁଲେଇପାଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ ସୁଲେଇପାଟ ବାବା ଜନକଲ୍ୟାଣ କ୍ଲବ ର ସଭାପତି ଦିଲ୍ଲୀପ ପୂର୍ତ୍ତି ଅଧ୍ୟକ୍ଷତା କରିଥିଲେ। କମିଟୀର ସଂପାଦକ ଚୈତନ୍ୟ ପ୍ରସାଦ ମୁର୍ମୁ , କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ହାଁସଦା , ଭାଗବତ ଟୁଡୁ,ନୁନାରାମ ହେମ୍ବ୍ରମ ଓ ରାମଚନ୍ଦ୍ର ମାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ |ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା,ମୁଖ୍ୟ ବକ୍ତା ମୟୂରଭଞ୍ଜ ଏସ୍ ଡି ସି ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାଣ୍ଡି,ସମ୍ମାନିତ ଅତିଥି ପୂର୍ବତନ ସାରସକଣା ବିଧାୟକ ଭାଦବ ହାଁସଦା , ଡକ୍ଟର ବିଶ୍ବରଂଜନ କିସ୍କୁ,ବାଙ୍ଗିରିପୋଷି ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ସୁବୋଧ ମାର୍ଣ୍ଡି,ବିଜାତଳା ବ୍ଲକ୍ ଅଧ୍ୟକ୍ଷ ରାଣୀ ମୁର୍ମୁ,କୁସୁମୀ ବ୍ଲକ୍ ଅଧ୍ୟକ୍ଷ ମନଡେ ପୂର୍ତ୍ତି ,ପୂଣ୍ଣଚନ୍ଦ୍ର ମାଣ୍ଡି ,ସୁନ୍ଦରମୋହନ ହେମ୍ବ୍ରମ୍,ସହଦେବ ଟୁଡୁ,ସୁକୁଲ ଟୁଡୁ,ଫୁମଲ ଟୁଡୁ,ଦୁଃଖୀଶ୍ୟାମ ମଣ୍ଡଳ,ଉପେନ୍ଦ୍ରନାଥ ଟୁଡୁ,ଗୋବିନ୍ଦ ମୁର୍ମୁ,ଯୋଗେଶ୍ବର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅୟୋଜିତ କ୍ରୀଡା ମଧ୍ୟରେ ବୟସ୍କ ,ଶିଶୁବାଳକ ଓ ବାଳିକାଙ୍କ ମଧ୍ୟରେ ଦୌଡ, ସାଧାରଣ ଜ୍ଞାନ ପରୀକ୍ଷା,ମହିଳାମାନଙ୍କର ଜିଲାପି ଖିଆ ପ୍ରତିଯୋଗୀତା ,ପାରମ୍ପାରିକ ରେକର୍ଡ ଡ୍ୟାନ୍ସ,ଶିଶୁ ବାଳକ ଓ ବାଳିକା ମାନଙ୍କ ମଧ୍ୟରେ ରେକର୍ଡ ଡ୍ୟାନ୍ସ ଆଦି ଅନୁଷ୍ଠିତ ହୋଇଥିଲା | ମଞ୍ଚାସୀନ ଅତିଥୀବୃନ୍ଦ କ୍ରୀଡା ଓ ନୃତ୍ୟକୁ ପ୍ରଶଂସା କରିବା ସହିତ ଏହାର ଉତ୍ତରତର ଉନ୍ନତି କାମନା କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ |ଏହି ସାଂସ୍କୃତିକ ଓ କ୍ରୀଡା ପ୍ରତିଯୋଗିତାକୁ ଦେଖିବାପାଇଁ ବହୁ ଦୂରଦୁରାନ୍ତରୁ ଲୋକମାନେ ଆସିଥିଲେ।

Leave A Reply

Your email address will not be published.