ରାଉରକେଲା : ନୂତନ ସହର ପ୍ରଶାସକ ପି କେ ସ୍ବାଇଁଙ୍କ ସହ କଂଗ୍ରେସ ପ୍ରତିନିଧି ଦଳର ଆଲୋଚନା।। ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ଆଲୋଚନା।

0 297

ରାଉରକେଲା: ୧୧/୨ (ସତ୍ୟାନ୍ୟୁଜ) ରଘୁନାଥପାଲୀ ପ୍ରାକ୍ତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ସହର ପ୍ରଶାସକ ପି.କେ.ସ୍ବାଇଁ ଙ୍କୁ ଆଜି ତାଙ୍କ କାର୍ଯ୍ୟାଳୟ ରେ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ସହର ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ ଭାବେ ସହର ରେ ଥିବା ବସ୍ତି ଅଞ୍ଚଳ ରେ ବିଭିନ୍ନ ପ୍ରମୁଖ ସମସ୍ୟା ମଧ୍ୟରେ ପାନୀୟ ଜଳ,ଡ୍ରେନ ବ୍ଯାବସ୍ଥା,କମ୍ଯୁନିଟି ଶୈଚାଳୟ, ବିଦ୍ୟୁତିକରଣ ଆଦି ପ୍ରାଥମିକତା ଭିତ୍ତିରେ ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ନୂତନ ପ୍ରଶାସକ ଶ୍ରୀ ସ୍ବାଇଁ ଙ୍କୁ ଅବଗତ କରାଇଥିଲେ। ଏହାବ୍ୟତୀତ ସହର ର ମୁଖ୍ୟ ରାସ୍ତା ସହ ବସ୍ତି ର ଆପ୍ରୋଚ ରାସ୍ତା ସଂଯୋଗୀ କରଣ କରିବା ସହ ବସ୍ତି ରାସ୍ତା ର ଉନ୍ନତିକରଣ ସହ ରାସ୍ତା ର ଆଲୋକିକରଣ କରିବା ପାଇଁ ଅନୁରୋଧ କରିଥିଲେ। ବିଶ୍ବକପ୍ ହକି ସମୟ ରେ ଅନେକ ସୌନ୍ଦର୍ଯ୍ୟ କରଣ ସହ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିବା ବେଳେ ଅନେକ ସ୍ଥାନରେ କିଛି କାମ ବାକି ରହିଯାଇଛି। ତେଣୁ ସେହି କ୍ରମରେ ସେକ୍ଟର -୧୯ ନେହରୁ ଟ୍ରାଫିକ ପାର୍କ,୭/୧୭ ଖେଳ ପଡ଼ିଆ, ସେକ୍ଟର -୧୪ଖେଳ ପଡିଆ, ସେକ୍ଟର-୭ ଖେଳ ପଡିଆ ର ଉନ୍ନତିକରଣ ଆଦି କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ପ୍ରଶାନ୍ତ ସେଠୀ ନୂତନ ସହର ପ୍ରଶାସକ ପ୍ରତାପ ସ୍ବାଇଁ ଙ୍କୁ ଜଣାଇଥିଲେ। ଏହି ଆଲୋଚନା ରେ ଜିଲ୍ଲା କଂଗ୍ରେସ ଉପସଭାପତି ଉମେଶ ଶରଣ, ଯୁବନେତା ବିଶ୍ବ ରଞ୍ଜନ ରାଉତ, ସରୋଜ ନାୟକ, ସୁବାଷ କଂସାରୀ,ପ୍ରତାପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.