ବଣାଇ : ୧୧/୨ (ସତ୍ୟାନ୍ୟୁଜ) କିଛି ସମୟ ପରେ ପହଞ୍ଚିଥାନ୍ତେ ବାହାଘର ପ୍ରୋସେସନ ରେ ବାଜା ବଜାଇବାକୁ। ମାତ୍ର ସେମାନେ ଆସୁଥିବା ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୨୦ ଜଣ ଆହତ ହେଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ରେଫର କରାଯାଇଛି। ଘଟଣା ସ୍ଥଳରେ ଓଲଟି ପଡିଥିବା ଭ୍ୟାନ ତଳେ ଚାପି ହୋଇ ଜଣଙ୍କର ମୃତ୍ୟ ମଧ୍ୟ ହୋଇଯାଇଛି।
ଏହି ଘଟଣାଟି ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଟିକାୟତପାଲି ଥାନା ଅଞ୍ଚଳରେ। ଇନ୍ଦରପୁର ରେ ଏକ ବାହାଘରରେ ଯୋଗଦେବାକୁ ବରଗଡ଼ରୁ ବ୍ୟାଣ୍ଡ ପାର୍ଟି ଏକ ପିକ୍ ଆପ୍ ଭ୍ୟାନ ରେ ଆସୁଥିଲେ। କୌଣସି କାରଣରୁ ଭାରସାମ୍ୟ ହରାଇ ଗାଡିଟି କୂଲକତା ଘଟିରେ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଆହତ ମାନେ ବଣାଇ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୫ ଜଣଙ୍କୁ ବୁର୍ଲା ରେଫର କରାଯାଇଛି।