ରାଜଗାଙ୍ଗପୁର : ୧୧/୨ (ସତ୍ୟାନ୍ୟୁଜ) ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କୌଶଳ ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ଉପଯୋଗୀ କରିବା ଲକ୍ଷ୍ୟରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ତରଫରୁ ନିକଟ ଅତୀତରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଏହି କ୍ରମରେ ଡିସିବିଏଲ୍ର କର୍ପୋରେଟ ସାମାଜିକ ଦାୟିତ୍ୱ ନିର୍ବାହକ (ସିଏସଆର) ବିଭାଗ ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍) ଏବଂ ସୁନ୍ଦରଗଡ ଜିଲ୍ଲାର ନାବାର୍ଡ ମିଳିତ ଉଦ୍ୟମରେ ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ରାଜଗାଙ୍ଗପୁର କ୍ଲବ ଠାରେ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଗତକlଲି ଅନୁଷ୍ଠିତ ହୋଇଯାଇଛି l ଲାଞ୍ଜିବେର୍ଣ୍ଣl
ଏବଂ ରାଜଗାଙ୍ଗପୁର ଆଖପାଖ ଅଞ୍ଚଳର ଗ୍ରାମଗୁଡିକରୁ ୧୦୫ ଜଣ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ l
କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ନାବାର୍ଡ ଅଧିକାରୀ ଶ୍ରୀଯୁକ୍ତ ତାପସ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିସିବିଏଲ୍, ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡ଼.ନୀଳାଦ୍ରି ଭୂଷଣ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ରାଜଗାଙ୍ଗପୁର ଓସିଏଲ କଲୋନୀ ୟୁକୋ ବାଙ୍କର ପ୍ରବନ୍ଧକ ଶ୍ରୀଯୁକ୍ତ ବିକାଶ ପଟନାୟକ ଅନ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l
ସୁନ୍ଦରଗଡ଼ ଜିଲ୍ଲା ଲାଞ୍ଜିବେର୍ଣ୍ଣl ଏବଂ ରାଜଗାଙ୍ଗପୁର ଅଞ୍ଚଳର ୨୩୦ ଜଣ ବେରୋଜଗାର ଯୁବକ ଯୁବତୀଙ୍କୁ ସୋଲାର ଟେକନିସିଆନ, ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍, ଗାରମେଣ୍ଟ ମେକିଙ୍ଗ ଏବଂ ସିଆରଏମ ଡୋମେଷ୍ଟିକ ନନ ଭଏସ ଟ୍ରେଡ଼ ଉପରେ ତ୍ରୈମାସିକ ତାଲିମ ପ୍ରଦାନ କରି ସେମାନଙ୍କୁ ନିଯୁକ୍ତି ଉପଯୋଗୀ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l
ରାଜଗାଙ୍ଗପୁରସ୍ଥିତ ଦୀକ୍ଷା କେନ୍ଦ୍ରରେ ଅଦ୍ୟାବଧି ୭୪୪ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ କୌଶଳ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ଅନେକ ପ୍ରଶିକ୍ଷାର୍ଥୀ ବିଭିନ୍ନ କମ୍ପାନୀରେ ନିଯୁକ୍ତି ମଧ୍ୟ ପାଇଛନ୍ତି l ଡାଲମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍)ର ଅନ୍ୟ ଦୀକ୍ଷା କେନ୍ଦ୍ର ରାଉରକେଲା, କଟକ, ଯାଜପୁର ଏବଂ ଝାରସୁଗୁଡ଼ାରେ ରହିଛି ଯେଉଁଠାରେ ଜେନେରାଲ ଡିଉଟି ଆସିଷ୍ଟାଣ୍ଟ , ରିଟେଲ୍ ସେଲ୍, ଇଲେକ୍ଟ୍ରିସିଆନ୍, ବିଉଟି ଆଣ୍ଡ୍ ୱେଲ୍ନେସ୍ ଓ ସିଲାଇ ମେସିନ୍ ଅପରେଟର ଇତ୍ୟାଦି ଟ୍ରେଡ୍ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ମୁଖ୍ୟ ଅତିଥି ଶ୍ରୀ ବେହେରା ଉପସ୍ଥିତ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରି କହିଥିଲେ ନିଜର କଠିନ ପରିଶ୍ରମ, ନିଷ୍ଠା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଗତି କରିବା ଲାଗି ଥିବା ଇଛା ଶକ୍ତି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ l ଡ଼.ନୀଳାଦ୍ରି ଭୂଷଣ ପାଢ଼ୀ କହିଥିଲେ ଯେ, ଡାଲମିଆ ଭାରତ ଫାଉଣ୍ଡେସନର ଲକ୍ଷ୍ୟ କେବଳ ପ୍ରଶିକ୍ଷଣ ପ୍ରଦାନ ନୁହେଁ, ବରଂ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତିକ୍ଷମ କରିବା l
ଡାଲମିଆ ସିମେଣ୍ଟ ଦକ୍ଷତା କାର୍ଯ୍ୟକମ ପରିଚାଳକ ଦୀପକ କୁମାର ସେନାପତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଦୀକ୍ଷା ପ୍ରଦାନ କରାଯାଉଥିବା ବିଭିନ୍ନ କୌଶଳ ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିବ ନାରାୟଣ ପରିଜା ଓ ଦୀକ୍ଷା କେନ୍ଦ୍ରର ପ୍ରଶିକ୍ଷକ ଜଗନ୍ନାଥ ମହାନ୍ତି, ପିନାକ ଧାରୀ ସାହୁ, ଅନାମିକା ଟପ୍ପୋ, ଭବାନୀ ରଣା, ଦୀପିକା କେର୍କେଟା ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l