ରାଇରଙ୍ଗପୁର : ସୁଲେଇପାଟ ଆଇରନ୍ ମାଇନ୍ସ ରେ ଶ୍ରମିକ ଛଟେଇ ବିରୁଦ୍ଧରେ ଆନ୍ଦୋଳନ।। ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ।
ରାଇରଙ୍ଗପୁର : ୧୦/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ଶ୍ରମିକ ଛଟେଇକୁ ବିରୋଧ କରି ବାମନଘାଟୀ ଉପାନ୍ତଞ୍ଚଳ ମାଇନିଂ ଶ୍ରମିକ ସଂଘ ପକ୍ଷରୁ ସ୍ଥାନୀୟ ରାଇରଙ୍ଗପୁର ଉପଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାମନଘାଟୀର ସୁଲେଇପାଟ ଲୁହାଖଣିରେ ଶତାଧିକ ଶ୍ରମିକ ଛଟେଇ ହେବା ଫଳରେ ସେମାନଙ୍କ ପରିବାର ନାନା ଅସୁବିଧା ଭୋଗ କରୁଛନ୍ତି। ଉକ୍ତ ଲୁହାଖଣି ମାଲିକ ଶ୍ରମିକମାନଙ୍କୁ ଦୀର୍ଘ ବର୍ଷ ହେଲା ସେମାନଙ୍କର ଗ୍ରାଚ୍ୟୁଇଟି,ପ୍ରଭିଡେଣ୍ଟ ଫଣ୍ଡ, ବୋନସ୍ ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଛି। ସୁଲେଇପାଟ ଲୁହାଖଣି ଛଟେଇ ଶ୍ରମିକମାନଙ୍କୁ ପ୍ରଭିଡେଣ୍ଟ ଫଣ୍ଡ , ଗ୍ରାଚ୍ୟୁଇଟି ଟଙ୍କା , ଛୁଟି ଟଙ୍କା ଓ ବୋନସ୍ ଟଙ୍କା ଯଥାଶୀଘ୍ର ପ୍ରଦାନ କରିବା ଦାବି କରାଯାଇଛି। ଏହା ସହ ଛଟେଇ ଶ୍ରମିକଙ୍କୁ କାମ ଯୋଗାଇ ଦେବାକୁ ଦାବି କରାଯାଇଛି। ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ସହ ଉପଜିଲ୍ଲାପାଳଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏହି ଵିକ୍ଷୋଭରେ ସୁଲେଇପାଟ ଲୁହାଖଣି ଶ୍ରମିକ ସଂଘ ସଭାପତି ମଙ୍ଗିଲାଲ ହେମ୍ବ୍ରମ୍,ସଂପାଦକ ସୁଶୀଲ ମହାକୁଡ,ମେଘରାୟ ମାଣ୍ଡି,ଭୋଗରାଇ ସୋରେନ,ଦାସମାତ୍ ମୁର୍ମୁ,ରାଜମାଲ ହାଁସଦାଃ,ପ୍ରତାପ ମାଝୀ ,ଶ୍ୟାମ ମାଝୀ,ରାଇମଣି ମାଣ୍ଡି,ପାନ ସୋରେନ ଶୋନକ ମାଣ୍ଡି ଓ ଧାନୀ ବାସ୍କେଙ୍କ ସହ ଶତାଧିକ ଶ୍ରମିକ ଉପସ୍ଥିତ ଥିଲେ।