ରାଇରଙ୍ଗପୁର : କୁଚେଇବୁଢ଼ୀ ଠାରେ ନୂତନ ଲଷ୍ମୀ ମନ୍ଦିରର ଚୁଳ ସ୍ଥାପନ ଉତ୍ସବ ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଯୋଗଦେଲେ ଶହଶହ ଶ୍ରଦ୍ଧାଳୁ।
ରାଇରଙ୍ଗପୁର : ୧୦/୨ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡା) ଆଜି ରାଇରଙ୍ଗପୁର କୁଚେଇବୁଢୀ ଠାରେ ନୂତନ ଲକ୍ଷ୍ମୀ ମନ୍ଦିର ର ଚୂଳ ସ୍ଥାପନା ମନ୍ଦିର କମିଟି ପକ୍ଷରୁ କରାଯାଇଛି। ଆଜି ସକାଳେ ଜାମଦା ବ୍ଲକ୍ ତାଳଗାଁ ଗ୍ରାମର ଶିବ ମନ୍ଦିର ନିକଟବର୍ତ୍ତୀ ବରୁଣଗଛ ମୂଳେ ପୂଜା କରାଯାଇ ସେଠାରୁ କାଠ ଅଣାଯାଇଥିଲା। କୁଚେଇବୁଢୀ ଗ୍ରାମର ସତୀଶ ଚନ୍ଦ୍ର ବାରିକଙ୍କ ଘରୁ ଏକ ଶାହାଡା ଗଛର ଡାଳ ଅଣାଯାଇ ଉକ୍ତ ନୂତନ ଲକ୍ଷ୍ମୀ ମନ୍ଦିରରେ ପୂଜା ଆରଧନା ଏବଂ ହୋମଯଜ୍ଞ କରାଯାଇଥିଲା। ପରେ ମନ୍ଦିରର ଚୂଳ ଏବଂ ରତ୍ନମୁଦି ବସା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସ୍ଥାନୀୟ ଲୋକ ମାନେ ଯୋଗ ଦେଇଥିଲେ। ମନ୍ଦିର କମିଟି ପକ୍ଷରୁ ଭକ୍ତମାନଙ୍କପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଥିଲା |ଏଥିରେ ପୁରୋହିତ ଲକ୍ଷ୍ମୀକାନ୍ତ ତ୍ରିପାଠୀ,କୃପାସିନ୍ଧୁ ପଣ୍ଡା ସହ କମିଟୀ ପୂର୍ବତନ ସଭାପତି ଜୟରାମ ଦାସ,ସଭାପତି ସଂଜୟ କୁମାର ସାହୁ,ସଂପାଦକ ନୀତେଶ କୁମାର ମଲ୍ଲିକ ତଥା କାର୍ଯ୍ୟକାରୀ ସଦସ୍ୟ ବାବୁ ଦତ୍ତ,ଅଲେଖ ଚନ୍ଦ୍ର ସାହୁ,ରବିନାରାୟଣ ମହାନ୍ତି,ବାବୁଲୁ ମହାନ୍ତ,ଦିପୁ ଦତ୍ତ ପ୍ରମୁଖ ଉପସ୍ଥିତ ଥିଲେ |ସଚିଦାନନ୍ଦ ସିଟ୍,ବଳରାମ ଦାସ,ବସନ୍ତ ଦାସ,ଦିଲ୍ଲୀପ ଦତ୍ତ,ଚିକୁ ନାୟକ,ଜଗନ୍ନାଥ ରଜକ ପ୍ରମୁଖ ସହଯୋଗ କରିଥିଲେ |ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନଙ୍କର ଜନ ସମାଗମ ଦେଖାଯାଇଥିଲା।