ରାଇରଙ୍ଗପୁର : ମୂଷାଡିହି ଗ୍ରାମର ଚିର ସବୁଜ ଯୁବକ ସଙ୍ଘ ଆନୁକୂଲ୍ୟରେ ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ।। କ୍ରୀଡା ଏବଂ ନୃତ୍ୟ ପ୍ରତିଯୋଗୀତା ଅୟୋଜିତ।
ରାଇରଙ୍ଗପୁର : ୧୦/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ନୂଷାଡିହୀ ଗ୍ରାମର ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟର ଆନୁକୁଲ୍ୟରେ ୩୯ ତମ ବାର୍ଷିକ ତ୍ରିଦୀବସୀୟ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ ଧୁମଧାମରେ ମନା ଯାଇଛି । ଦୂତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ତଥା ପୂର୍ବତନ ସାଂସଦ ଡକ୍ଟର ପ୍ରଦୀପ ମାଝୀ, ସମ୍ମାନିତ ଅତିଥି ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡକ୍ଟର ଦେବାଶିଷ ମାରାଣ୍ଡି , ଉପାଧ୍ଯକ୍ଷା କମଳା ତିରିଆ, ରାଇରଙ୍ଗପୁର ପୌରପାଳ ଅଭିଷେକ ପଟ୍ଟନାୟକ, ବିଜାତଳା ବ୍ଳକ ପୂର୍ବତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ଅଧ୍ୟକ୍ଷ ମାଝିଆରାମ ମାଝୀ,୩୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ପାର୍ବତୀ ଟୁଡୁ,ନୂସାଡିହି ସରପଞ୍ଚ ଶ୍ରୀ ଦୁର୍ଗା ଚରଣ ହେମ୍ବ୍ରମ,ଚିର ସବୁଜ କ୍ଳବ୍ ଉପଦେଷ୍ଟା ମନୋରଞ୍ଜନ ହାଁସଦା, ନାରୀ ନେତ୍ରୀ ତନୁଜା ମହାନ୍ତ, ଅଂଜଳି ସୋରେନ, ଏବଂ ଅନ୍ୟମାନେ ଉପସ୍ଥିତ ପ୍ରମୁଖ ଯୋଗ ଦେଇ ପଡ଼ିଆରେ କ୍ରୀଡାବିତ ଏବଂ ନୃତ୍ୟ ଦଳଙ୍କୁ ଉତ୍ସାହିତ କରିଥିଲେ । ପଡିଆ ଭିତରକୁ ଯାଇ ଗ୍ରାମୀଣ କ୍ରୀଡା ଓ ନୃତ୍ୟ ଦେଖିବାକୁ ଆସିଥିବା ଦର୍ଶକମାନଙ୍କ ସହିତ ମିଶିଥିଲେ। ଦୁଇ ଦିନ ଧରି ସବୁ ବର୍ଗରେ ଖେଳକୁଦ , ଦୌଡ଼, ଲମ୍ବଡିଆଁ, , ଜ୍ଞାନ ପରୀକ୍ଷା, ପୁରୁଷଙ୍କ ସାଇକେଲ ରେସ, ମହିଳାଙ୍କ କଳଶ ଦୌଡ଼, ବୟସ୍କଙ୍କ ଦୌଡ଼ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଆଦିବାସୀ ଲୋକନୃତ୍ୟ ଦଳ ସେମାନଙ୍କ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଅୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ରେ ଅତିଥିଗଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ଚିର ସବୁଜ କ୍ଳବ୍ ସଭାପତି ପରମେଶ୍ବର ପାତ୍ର, ସଂପାଦକ ରଘୁନାଥ ସୋରେନ,ଦୁର୍ଗା ମାଝୀ, ପ୍ରଧାନ ହେମ୍ବ୍ରମ,ନାରାନ ହେମ୍ବ୍ରମ ପ୍ରମୁଖ ସହଯୋଗ କରିଥିଲେ ।