ମୟୁରଭଞ୍ଜ : ଶିମିଳିପାଳ ଜାତୀୟ ଉଦ୍ୟାନ ସୁରକ୍ଷା ଦାବିରେ ବିଶୋଇ ଭଞ୍ଜ ସେନାର ରାସ୍ତା ଅବରୋଧ।। ବନ ମାଫିଆ ଶିମିଳିପାଳରେ ସକ୍ରିୟ ଥିବା ଅଭିଯୋଗ।
ମୟୁରଭଞ୍ଜ : ୧୦/୨ (ସତ୍ୟାନ୍ୟୁଜ) ଶିମିଳିପାଳ ଅଭୟାରଣ୍ୟର ର ସୁରକ୍ଷା ଲାଗି ଏବେ ଲୋକ ମାନେ ରାଜ ରାସ୍ତାରେ। ବିଶୋଇ ଭଞ୍ଜ ସେନା ପକ୍ଷରୁ ଶିମିଳିପାଳ ଜଙ୍ଗଲକୁ ସୁରକ୍ଷା ଦାବିରେ ରାଜପଥ ଅବରୋଧ କରା ଯାଇଥିଲା। ପରେ ପ୍ରଶାସନ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟି ଥିଲା ।
ପ୍ରଶାସନିକ ଅବହେଳା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟରେ ଦିନକୁ ଦିନ ବନ୍ୟପ୍ରାଣୀ ଶିକାର ବଢି ଚାଲିଥିବା ଅଭିଯୋଗ ହୋଇଛି। ଜାତୀୟ ଉଦ୍ୟାନ କୁହା ଯାଉଥିବା ଶିମିଳିପାଳ ଅଭୟାରଣ୍ୟକୁ ଜଙ୍ଗଲ ମାଫିଆ ମାନେ ନଷ୍ଟ କରିବାରେ ଲାଗିଛନ୍ତି। ଚୋରା ବେପାରୀ ମାନେ ବନ୍ୟଜାତ ଦ୍ରବ୍ୟ କୁ ଲୁଟ କରିବା ସହ ପଶୁପକ୍ଷୀଙ୍କ ଅବାଧ ଶିକାର କରୁଥିବା ଅଭିଯୋଗ ହେଉଛି। ଶିମିଳିପାଳ ଜଙ୍ଗଲ ସୁରକ୍ଷା ଦିଗରେ ପ୍ରଶାସନିକ ଉଦାସୀନତା କୁ ଦାୟୀ କରି ଲୋକ ମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିଶୋଇ ଭଞ୍ଜସେନା ପକ୍ଷରୁ ବିଶୋଇ ଫୁଟ୍ ଓଭର ବ୍ରିଜ ତଳେ ୪୯ ନମ୍ବର ଜାତୀୟ ରାଜପଥକୁ ଗୁରୁବାର ଦିନ ଅବରୋଧ କରାଯାଇଥିଲା। ଶିମିଳିପାଳ ଜାତୀୟ ଉଦ୍ୟାନ ସୁରକ୍ଷା ଦାବିରେ ଏହି ରାସ୍ତା ଅବରୋଧ କରା ଯାଇଥିଲା। ବନ୍ଦ ଯୋଗୁଁ ଉଭୟ ୪୯ ଏବଂ ୫୦ ନମ୍ବର ରାଜପଥ ରେ ଶହ ଶହ ଗାଡି ମଟର ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ପରେ ପ୍ରଶାସନ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା।