ରାଉରକେଲା : କାର ଧକ୍କାରେ ୨ ଜଣ ସ୍କୁଟି ଚାଳକ ଆହତ।। ଆହତ ଯୁବକ ଦ୍ବୟ ଜେପି ହସପିଟାଲରେ ଭର୍ତ୍ତି।

0 1,063

ରାଉରକେଲା : ୧୦/୨(ସତ୍ୟାନ୍ୟୁଜ) ଏକ ଦ୍ରୁତଗାମୀ କାର ଧକ୍କାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇ ରାଉରକେଲା ଜେ ପି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଯୁବକ ଦୁଇଜଣ ରିଙ୍ଗ ରୋଡ଼ରେ ସ୍କୁଟି ରେ ଯାଉଥିବା ବେଳେ ମୁନିସିପାଲ କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଆହତ ଦୁଇ ଜଣ ଶ୍ରୀତମ ଏବଂ ଗୌରବ ବୋଲି ଜଣା ପଡ଼ିଛି। ଉଦିତନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ଲାଗି ହସପିଟାଲ ପଠାଇଥିଲେ। ଉଭୟ ଯୁବକ ଦ୍ବୟ ଏକ ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନ କାମ କରୁଥିବା ଜଣାପଡିଛି। ଦ୍ୱର୍ଘଟଣା ଘଟାଇଥିବା କାରଟି ସହରର ଜଣେ କପଡା ବ୍ୟବସାୟୀଙ୍କ ଗାଡି ବୋଲି ଜଣାପଡିଛି। ପୋଲିସ କାର ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି।

Leave A Reply

Your email address will not be published.