ରାଜଗାଙ୍ଗପୁର : ଝିଅ ମାନଙ୍କୁ ଟାର୍ଗେଟ କରି ଲୁଟ କରୁଥିବା ଯୁବକକୁ ଗିରଫ କଲେ ପୋଲିସ।। ଲୁଟ ସାମଗ୍ରୀ ଜବତ କରି ମାଲିକଙ୍କୁ ଫେରସ୍ତ ଦେଲେ ପୋଲିସ।
ରାଜଗାଙ୍ଗପୁର : ୯/୨ (ସତ୍ୟାନ୍ୟୁଜ) ଝିଅ ମାନଙ୍କୁ ଟାର୍ଗେଟ କରି ଲୁଟ କରୁଥିବା ଏକ ଲୁଟେରା କୁ ରାଜଗାଙ୍ଗପୁର ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଲୁଟେରା ନିକଟରୁ ପୋଲିସ ଲୁଟ ହୋଇଥିବା ୩ ଟି ମୋବାଇଲ ଫୋନ , ବ୍ୟାଙ୍କ ପାସବୁକ୍ , ଡେବିଟ କାର୍ଡ , ଭ୍ୟାନିଟ ବ୍ୟାଗ ଆଦି ଜବତ କରିଛନ୍ତି। ଏହା ସହ ପୋଲିସ ଜବତ ହୋଇଥିବା ସାମଗ୍ରୀକୁ ଲୁଟର ଶିକାର ହୋଇଥିବା ଝିଅ ମାନଙ୍କୁ ହସ୍ତାନ୍ତର କରିଛନ୍ତି।
ଗତ ୭ ତାରିଖ ଦିନ କାଂଶବାହାଲ ଷ୍ଟେଟ ବ୍ୟାଙ୍କରୁ ଫେରୁଥିବା ବେଳେ ସବିତା ମିଞ୍ଜ ନାମକ ଜଣେ ଝିଅ ବିଲାଇଗଡ଼ ଠାରେ ଲୁଟ ର ଶିକାର ହୋଇଥଲେ। ସେହିପରି ୮ ତାରିଖ ଦିନ ରାଜଗାଙ୍ଗପୁରର ଜାମ୍ ପାଲି ଠାରେ ନମିତା ଲାକ୍ରା ନାମକ ଜଣେ ଯୁବତୀଙ୍କ ସାଇକେଲ ବାସ୍କେଟରୁ ଭ୍ୟାନିଟ ବ୍ୟାଗ ଲୁଟି ନେଇଥିଲେ। ଉଭୟ ଘଟଣାରେ ଜଣେ ବାଇକ ଲୁଟେରା ଜଡିତ ଥିଲା। ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ ସାମଗ୍ରୀ ଝିଅ ମାନଙ୍କୁ ଫେରସ୍ତ କରିଛନ୍ତି। ଲୁଟ୍ ହୋଇଥିବା ସାମଗ୍ରୀ ଫେରିପାଇ ଝିଅମାନେ ନିଜ ଖୁସି ଜାହିର କରିଥିଲେ।