ରାଉରକେଲା : ଚକ୍ରଧରପୁର ଡି ଆର ଏମ୍ , ଏ କେ ରାଠୋରଙ୍କ ରେଳ ଷ୍ଟେସନ ଅଞ୍ଚଳ ପରିଦର୍ଶନ।। ହେବାକୁ ଥିବା ମଡେଲ ଷ୍ଟେସନ ଲାଗି ପ୍ରସ୍ତୁତି ଆରମ୍ଭ।

0 411

ରାଉରକେଲା : ୧୦/୨ (ସତ୍ୟାନ୍ୟୁଜ) ରାଉରକେଲା ରେଳ ଷ୍ଟେସନ ଆଗାମୀ ଦିନରେ ଏକ ମଡେଲ ଷ୍ଟେସନ ଭାବେ ପରିଗଣିତ ହେବ। ଏହି ପରିପ୍ରେକ୍ଷୀରେ ଚକ୍ରଧରପୁର ରେଳ ଡିଭିଜନ
ଡି ଆର ଏମ୍ ରାଉରକେଲା ଗସ୍ତରେ ଆସି ବିଭିନ୍ନ କାମର ସମୀକ୍ଷା କରି ଫେରି ଯାଇଛନ୍ତି। ଡି ଆର ଏମ୍ , ଏ କେ ରାଠୋର ରେଳ ଷ୍ଟେସନ ରେ ଚାଲିଥିବା ନିର୍ମାଣ କାର୍ଯ୍ୟ , ପାର୍କିଙ୍ଗ , ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରସ୍ତାବିତ ପ୍ରକଳ୍ପ ବାବଦରେ ସମୀକ୍ଷା କରିଥିଲେ।
ଡି ଆର ଏମ୍ ଙ୍କ ସହ ବରିଷ୍ଠ ଡି ସି ଏମ୍ ମନୀଷ ପାଠକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ। ଷ୍ଟେସନ ପରିସର ପରିଦର୍ଶନ କରିବା ପରେ ଅଫିସର ଗେଷ୍ଟ ହାଉସ ରେ ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏହି ବୈଠକରେ ଟ୍ରେନ ଗମନାଗମନ ସମସ୍ୟାର ସମାଧାନ ସହ ଯାତ୍ରୀଙ୍କୁ ଉତ୍କୃଷ୍ଟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ଯାତ୍ରୀ ପ୍ରତିକ୍ଷାଳୟ , ଫୁଟ ଓଭର ବ୍ରିଜ , ଶୌଚାଳୟ , ଦୂତୀୟ ପ୍ରବେଶ ପଥର ନିର୍ମାଣ କାର୍ଯ୍ୟ
ଡି ଆର ଏମ୍ ବୁଲି ଦେଖିଥିଲେ।

Leave A Reply

Your email address will not be published.