ମୟୁରଭଞ୍ଜ : କରଞ୍ଜିଆରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଉଦଘାଟିତ।। ଉଦଘାଟନ କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ।

0 293

ମୟୁରଭଞ୍ଜ : ୯/୨ ( ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଞ୍ଚଳର ୧୪ ନମ୍ବର ୱାର୍ଡ ଅଙ୍କୁରା ଠାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି। କରଞ୍ଜିଆ ଉପଖଣ୍ଡ ଜିଲ୍ଲା ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲାପାଳ ଵିନିତ ଭରଦ୍ୱାଜ ଯୋଗ ଦେଇଥିଲେ। ସମ୍ମାନିୟ ଅତିଥି ଭାବେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପପି ପୃଷ୍ଟି ,ଉପାଧ୍ୟକ୍ଷ ସ୍ଵରୁପ କୁମାର ପରିଜା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ପରିଚାଳକ ପ୍ରଭୁ ପ୍ରତ୍ୟୁଷ ପତି,ପାଞ୍ଚପୀଢ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ, ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ,ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ଅନିତା ସିଂ, ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ମହାନ୍ତ, , ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ, କାଉନସିଲର ଭାବଗ୍ରାହୀ ମହାନ୍ତ, ଅନିତା ଚାତାର,ରେଣୁପ୍ରିୟା ରଣସିଂହ ଓ ନିରାକାର ପାତ୍ର ପ୍ରମୁଖ କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ | ଏହି କେନ୍ଦ୍ର ମାଧ୍ୟମରେ ସହରର ଜନସାଧାରଣଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ମୂଳ ଲକ୍ଷ୍ୟ ବୋଲି ମୁଖ୍ୟ ଅତିଥି ଉଦଘାଟନୀ ଉତ୍ସବରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ଚିକିତ୍ସାଳୟ ପରିଚାଳକ ଆଲୋକ ଗୋଛୟତ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଭାବେ ଡାକ୍ତର ଆଦ୍ୟା ସିଂ ଯୋଗଦେଇ ବୁଧବାର ଠାରୁ ଚିକିତ୍ସା ଜାରି ରଖିଛନ୍ତି।
ଏହି ଚିକିତ୍ସା କେନ୍ଦ୍ର ରେ ରୋଗୀଙ୍କୁ ନିୟମିତ ଚିକିତ୍ସା ସୁବିଧା ସହିତ ଯୋଗ ଓ ପ୍ରାଣାୟାମ ମଧ୍ୟ ଶିକ୍ଷାଦାନ ର ବ୍ୟବସ୍ଥା ସହିତ ନିଃଶୁଳ୍କ ରକ୍ତ, ମଳ, ମୂତ୍ର ପରୀକ୍ଷା ଓ ଔଷଧ ବ୍ୟବସ୍ଥା ମଧ୍ୟ ରହିଥିବା ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି ।
ଏହିକେନ୍ଦ୍ର ଉଦଘାଟନ ପୂର୍ବରୁ କରଞ୍ଜିଆ ରେ ଉପଖଣ୍ଡ ଚିକିତ୍ସାଳୟ ହିଁ ଲୋକଙ୍କ ଚିକିତ୍ସା ନିମନ୍ତେ ଏକମାତ୍ର ସରକାରୀ ବ୍ୟବସ୍ଥା ଥିଲା ଏହିକେନ୍ଦ୍ର ଉଦଘାଟିତ ହେବା ପରେ ଲୋକେ ଏହାର ସୁବିଧା ନେଇ ପାରିବେ ଓ ଏଥି ନିମନ୍ତେ ସ୍ଥାନୀୟ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.