ରାଉରକେଲା : ଇନ୍ଦ୍ରଜିତ ଏବଂ ସଞ୍ଜୟ ଦାସ ଡବଲ ମର୍ଡର କେସ୍ ର ମୁଖ୍ୟ ଆସାମୀ ଗିରଫ।। ଜମି କିଣା ବିକା କୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ।
ରାଉରକେଲା : ୯/୨ (ସତ୍ୟାନ୍ୟୁଜ) ରାଉରକେଲା ସାର ନଗରୀ ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ସଞ୍ଜୟ ଦାସ ଏବଂ ଇନ୍ଦ୍ରଜିତ ସ୍ୱାଇଁ ଡବଲ ମର୍ଡର କେଶ ର ମୁଖ୍ୟ ଅସାମୀଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ଓଡିଶା – ଝାରଖଣ୍ଡ ସୀମାନ୍ତ ଏକ ଜଙ୍ଗଲରେ ଲୁଚିଥିବା ବେଳେ ଟାଙ୍ଗରପାଲି ପୋଲିସ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଗଞ୍ଜୁ ଭୂମିଜ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ଟାଙ୍ଗରପାଲି ଥାନା ଅନ୍ତର୍ଗତ କଂଷ୍ଟ୍ରକସନ କଲୋନୀରେ ଫେବୃଆରୀ ୪ ତାରିଖ ସନ୍ଧ୍ୟାରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଜମି ବାଡ଼ି କିଣା ବିକା କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ତଦନ୍ତରୁ ଜାଣି ପାରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ପୋଲିସ ହତ୍ୟାରେ ବ୍ୟବହୃତ ଲୁହା ପାଇପ ଜବତ କରିଛି। ପୂର୍ବରୁ ଫେବୃଆରୀ ୬ ତାରିଖରେ ଏହି ହତ୍ୟାକାଣ୍ଡରେ ସଂଶ୍ଲିଷ୍ଟ ଅନ୍ୟ ତିନି ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।