ରାଇରଙ୍ଗପୁର : ୯/୨ (ସତ୍ୟା ନ୍ୟୁଜ) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଝାରଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସମେତପଡୋଶୀ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜେଏମଏମ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ, ସମ୍ମାନିତ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟ ବହଡାଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ସମୀର ମହାନ୍ତି ମଝିଗାଁ ବିଧାୟକ ନିରଲ ପୁର୍ତ୍ତି ଓ ନେପାଲ ରଘୁ ମୁର୍ମୁ ଯୋଗ ଦେଇ ଥିଲେ। ପ୍ରଥମେ ଅଞ୍ଜନି ସୋରେନ ଗୁଣ୍ଡୁରିଆ ସହୀଦ ସ୍ଥଳ କୁ ଯାଇ ବୀର ପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉକ୍ତକାର୍ଯ୍ୟକ୍ରମ ରେ ଜେଏମ୍ ଏମ ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ , ପବନ କୁମାର , ରାଜ୍ୟ ଉପସଭାପତି ଦିଲୀପ ଦାସ , ସୁନୀଲ ମାଝୀ , ଅମିତ ଶର୍ମା , ସାଲୁ କିସ୍କୁ , ଶ୍ୟାମ କିସ୍କୁ , ସଗେନ ପୁର୍ତ୍ତି , ଅଜମେରି ଖାନ , ସୁମିତ ଦାସ , ସନାତନ ମୁଣ୍ଡା ,ରାମେଶ୍ୱର କିସ୍କୁ , ଏସ କେ ଆନୱର ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।