ରାଇରଙ୍ଗପୁର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ।। ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

0 265

ରାଇରଙ୍ଗପୁର : ୯/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ବଣ୍ଟନରେ ପୁଣି ର୍ଦୁନୀତି ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି ବିଜାତଳା ଶାଖା ତରଫରୁ ଘର ବଣ୍ଟନ ପ୍ରକ୍ରିୟାରେ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି। ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇଦେବାକୁ ଦାବି ହୋଇଛି। ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ବିଜାତଳା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ବିଜେପି ପକ୍ଷରୁ ବିଜାତଳା ବିଡିଓ ଯୋଗ ରଂଜନ ନାଏକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ମାନେ ଯୋଗ ଦେଇଥିଲେ |

Leave A Reply

Your email address will not be published.