ମୟୁରଭଞ୍ଜ : ବିଜାତଳା ଲ୍ୟାମ୍ପସ୍ ରେ ମାଣ୍ଡିଆ ମଣ୍ଡି ଉଦଘାଟିତ।। ପ୍ରଥମ ଦିନରେ ୯୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ।

0 283

ମୟୁରଭଞ୍ଜ : ୮/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ବିଜାତଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ ଫିତାକାଟି ମାଣ୍ଡିଆ ମଣ୍ଡିର ଉଦଘାଟନ କରିଥିଲେ। ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କଠାରୁ ୯୦ କୁଇଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା। ଲ୍ୟାମ୍ପସ୍ କର୍ମଚାରୀ ସଞ୍ଜୟ କୁମାର ବେହେରା, ଭାଗିରଥି ମୁର୍ମୁ, ନିରୋଜ କୁମାର ଗିରି, କ୍ଷୀରୋଦ ଧଳ, ଶଙ୍କର ମୁର୍ମୁ, ରାମଜିତ ବେଶ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ନିର୍ଦ୍ଦେଶକ ପାରାଉ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.