ରାଉରକେଲା: ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର ଲାଇବ୍ରେରୀ ଗୃହ ଉଦଘାଟନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।।

0 310

ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଜି ରାଉରକେଲାରେ ଆସି ପହଁଚିବା ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଉରକେଲା ବଣିଜ୍ୟକର କାର୍ଯ୍ୟାଳୟ ପରିସରରେ ଟ୍ୟାକ୍ସ ବାର ଆସୋସିଏସନର ଲାଇବ୍ରେରୀ ଗୃହର ଉଦଘାଟନ କରିବା ସହ ମଧୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଉଦିତନଗର ସ୍ଥିତ ନୂତନ କୋର୍ଟ ପରିସରରେ ଏକ ଜେନେରେଟର ସେଟ୍ ର ଉଦଘାଟନ କରିବା ସହ ବାଇକ ଶେଡ଼ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର ଅଧ୍ୟକ୍ଷ ରାମକୃଷ୍ଣ ମିଶ୍ର , ରାଉରକେଲା ଓକିଲ ସଂଘ ସଭାପତି ରମେଶ ମାଝୀ , ସାଧାରଣ ସମ୍ପାଦକ ଅକ୍ଷୟ ସାହୁ , ରାଉରକେଲା ବଣିକ ସଙ୍ଘ ସଭାପତି ସୁବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.