ରାଉରକେଲା : ସରକାରୀ ମହା ବିଦ୍ୟାଳୟ ପାଚେରୀ କାନ୍ଥ ଭୁଶୁଡି ଜଣେ ଯୁବକଙ୍କ ମୃତ୍ୟୁ।। ମୃତକଙ୍କ ଭାଇ ଗୁରୁତର। ହସପିଟାଲରେ ଭର୍ତ୍ତି।
ରାଉରକେଲା : ୮/୨ (ସତ୍ୟାନ୍ୟୁଜ) ରାଉରକେଲା ସ୍ୱୟଂ ଶାସିତ ସରକାରୀ ମହାବିଦ୍ୟାଳୟ ପରିସରରେ ପାଚେରୀ କାନ୍ଥ ଭାଙ୍ଗି ପଡିଯିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଭାଇ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ସରକାରୀ ମହାବିଦ୍ୟାଳୟ ପରିସରରେ ରମେଶ ଜେନା ନାମକ ଜଣେ ଜଗୁଆଳି ରହୁଥିଲେ। ଗତକାଲି ରାତିରେ ତାଙ୍କ ଦୁଇ ପୁଅ ଖାଇସାରି ବାସନ ମାଜୁଥିବା ବେଳେ ପାଣି ଟାଙ୍କି ନିକଟରେ ଥିବା ପାଚେରୀ କାନ୍ଥଟି ଭୁଶୁଡି ଦୁଇ ଭାଇଙ୍କ ଉପରେ ପଡିଯାଇଥିଲା। ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ବଡ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନଭାଇ ଗୁରୁତର ଆହତ ହୋଇ ହସପିଟାଲ ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ସରକାରୀ ମହାବିଦ୍ୟାଳୟ ପରିସରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।