ରାଉରକେଲା : ରଘୁନାଥପାଲି ଥାନା ପୋଲିସ ଚୋରି ହୋଇଥିବା ୫୨ ଟି ମୋବାଇଲ ଫୋନ ଜବତ କଲେ।। ୧୬ ଟି ଫୋନ ମାଲିକଙ୍କୁ ଫେରା ଗଲା।

0 331

ରାଉରକେଲା : ୭/୨ (ସତ୍ୟାନ୍ୟୁଜ) ରାଉରକେଲା ରଘୁନାଥପାଲି ଥାନା ପୋଲିସ ଚୋରି ହୋଇଥିବା ୫୨ ଟି ମୋବାଇଲ ଫୋନ ଜବତ କରିଛନ୍ତି। ଚୋରି ହୋଇଥିବା ଏହି ସମସ୍ତ ଫୋନ ଗ୍ରାହକ ମାନେ କିଣି ବ୍ୟବହାର କରୁଥିଲେ। ଚୋରି ର ଏତେଲା ପରେ ଫୋନ ନମ୍ବର ଗୁଡିକୁ ଟ୍ରାକିଂ କରା ଯାଉଥିଲା। ଫୋନ ଚାଲୁ ହେବା ପରେ ପୋଲିସ ଏହାକୁ ଜବତ କରିବାକୁ ସକ୍ଷମ ହୋଇଥିଲେ। ମଙ୍ଗଳବାର ଦିନ ପୋଲିସ ୧୬ ଜଣ ମାଲିକଙ୍କୁ ତାଙ୍କ ଫୋନ ଫେରାଇଛନ୍ତି। ଏ ସଂକ୍ରାନ୍ତରେ କେହି ଗିରଫ ହୋଇନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.