ରାଇରଙ୍ଗପୁର : ଶିମିଳିପାଳ ବନାଞ୍ଚଳରେ ବନ କର୍ମଚାରୀ – କାଠ ମାଫିଆ ମୁହାଁମୁହିଁ। କାଠ ମାଫିଆଙ୍କ ଆକ୍ରମଣରେ ୭ କର୍ମଚାରୀ ଆହତ ।

0 328

ମୟୁରଭଞ୍ଜ : ୭/୨(ସତ୍ୟାନ୍ୟୁଜ) ଶିମିଳିପାଳ ଅଭୟାରଣ୍ୟରେ ପଶୁ ପକ୍ଷୀ ଶିକାର ବଢି ଚାଲିଥିବା ବେଳେ ଏବେ କାଠ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ଏପରିକି କାଠ ମାଫିଆଙ୍କ ଆକ୍ରମଣରେ ୭ ଜଣ ବନ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସୋମବାର ସନ୍ଧ୍ୟାରେ ପେଟ୍ରୋଲିଂ କରୁଥିବା ସମୟରେ ନଅଣା ବନ୍ୟପ୍ରାଣୀ ବନାଞ୍ଚଳ ସରାମସାହି ନିକଟରେ କାଠ ମାଫିଆଙ୍କ ସହ ମୁହାଁମୁହିଁ ହୋଇଥିଲେ। ବନ କର୍ମଚାରୀଙ୍କୁ ଦେଖି ୪୦ ରୁ ୫୦ ଜଣ ମହିଳା ଓ ପୁରୁଷ ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ୭ ଜଣ ବନ କର୍ମଚାରୀ ଆହତ ହୋଇଥିଲେ। ଏହା ସହିତ ବନ କର୍ମଚରୀଙ୍କ ଗାଡି ଗୁଡିକୁ ମଧ୍ୟ କାଠ ଚୋର ମାନେ ଭାଙ୍ଗି ଦେଇଥିଲେ ।
ଏ ବାବଦରେ ବନ ବିଭାଗ ପକ୍ଷରୁ ଯଶିପୁର ଥାନାରେ ଏତେଲା ଦିଆଯାଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.