ରାଉରକେଲା : ମାନବିକତା ଦେଖାଇଲେ “ଆଶ୍ରା” ଅନୁଷ୍ଠାନର କର୍ମକର୍ତ୍ତା ମାନେ।। ଅପରିଚିତ ବ୍ୟକ୍ତିଙ୍କ ଦାହ ସଂସ୍କାର ବେଦବ୍ୟାସରେ ସମ୍ମାନର ସହ କଲେ।
ରାଉରକେଲା : ୭/୧ (ସତ୍ୟାନ୍ୟୁଜ) ଆଜି ମଧ୍ୟ ବଞ୍ଚି ରହିଛି ମାନବିକତା। ଏହା ପ୍ରମାଣିତ କରିଛନ୍ତି ରାଉରକେଲାର ସାମାଜିକ ଅନୁଷ୍ଠାନ “ଆଶ୍ରା” ର କର୍ମକର୍ତ୍ତା ମାନେ। ଘଟଣା ଟି ଘଟିଛି ଏହିପରି। ଫେବ୍ରୁଆରୀ ୨ ତାରିଖ ଦିନ ପ୍ରଧାନପାଲି ଅଞ୍ଚଳର ସାଇ ମନ୍ଦିର ନିକଟରେ ଜଣେ ବୟସ୍କ ଲୋକ ନିରାଶ୍ରୟ ଭାବେ ପଡ଼ିଥିଲେ। କିଛି ଲୋକ ‘ଆଶ୍ରା’ ର ସଦସ୍ୟା ମିନତୀ ଦେବତାଙ୍କୁ ଜଣାଇଥିଲେ। ସଙ୍ଗେ ସଙ୍ଗେ ମିନତୀ ତାଙ୍କ ଟିମ ସହ ସେଠାରେ ପହଞ୍ଚି ନିରାଶ୍ରୟ ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସରକାରୀ ଡାକ୍ତରଖାନାକୁ ପଠାଇଲେ। ମାତ୍ର ୨ ଦିନ ଚିକିତ୍ସା ପରେ ଉକ୍ତ ବ୍ୟକ୍ତିଙ୍କ ୪ ତାରିଖ ଦିନ ମୃତ୍ୟୁ ହୋଇଯାଇଥିଲା। ସରକାରୀ ନିୟମ ଅନୁସାରେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ନଥିବାରୁ ତାଙ୍କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ମର୍ଗ ରେ ରଖାଗଲା।କେହି ଦାବିଦାର ନଆସିବାରୁ ଆଜି ଉକ୍ତ ଅପରିଚିତ ବ୍ୟକ୍ତିଙ୍କୁ ସମ୍ନାନର ସହ ‘ଆଶ୍ରା’ ଅନୁଷ୍ଠାନ ପକ୍ଷରୁ ବେଦବ୍ୟାସରେ ପୋତା ଗଲା। ମିନତୀ ଦେବତାଙ୍କ ସହ ଆଶ୍ରା ଅନୁଷ୍ଠାନର କର୍ମକର୍ତ୍ତା ମାନେ ମୃତ ବ୍ୟକ୍ତିଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ ।