ରାଉରକେଲା : ୬ ଡକାୟତ ଗିରଫ।। ଲୁଟ କପର ସହ ପିକ୍ଆପ୍ ଭ୍ୟାନ ଜବତ।।

0 437

ରାଉରକେଲା : ୭/୧ (ସତ୍ୟାନ୍ୟୁଜ) ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ର ଏକ କାରଖାନାରୁ ହୋଇଥିବା ଡକାୟତି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ କାରଖାନାରୁ ଲୁଟ ହୋଇଥିବା ୪ କୁଇଣ୍ଟାଲ କପର ଜବତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ୬ ରୁ ୭ ଜଣ ଡକାୟତ ବେଲଡ଼ିହି ର ଏକ କାରଖାନାରେ ଜବରଦସ୍ତି ପଶିଥିଲେ। ସେଠାରେ ଥିବା ଗାର୍ଡଙ୍କୁ ବାନ୍ଧି ଦୁଇଟି ଟ୍ରାନ୍ସଫର୍ମରରୁ ୪୦୦ କିଲୋଗ୍ରାମ କପର ଲୁଟି ନେଇଥିଲେ। ଏ ବାବଦରେ ବ୍ରହ୍ମଣୀ ତରଙ୍ଗ ଥାନାରେ ରିପୋର୍ଟ ହେବା ପରେ ପୋଲିସ ୬ ଜଣ ଡକାୟତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା କପର ଉଦ୍ଧାର କରିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହା ସହ ଡକାୟତିରେ ବ୍ୟବହୃତ ଗ୍ୟାସ କଟର ଏବଂ ଏକ ପିକ୍ ଅପ ଭ୍ୟାନ ମଧ୍ୟ ପୋଲିସ ଜବତ କରିଛି।

Leave A Reply

Your email address will not be published.