ରାଉରକେଲା : ଡବଲ ମର୍ଡର ଘଟଣାର ୩ ଅଭିଯୁକ୍ତ ଗିରଫ।। ମୁଖ୍ୟ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ଧରିବାକୁ ପୋଲିସର ବିଭିନ୍ନ ସ୍ଥାନରେ ଚଢ଼ାଉ।

0 1,722

ରାଉରକେଲା : ୭/୨ (ସତ୍ୟାନ୍ୟୁଜ) ରାଉରକେଲା ସାରନଗରୀ କଂଷ୍ଟ୍ରକସନ କଲୋନୀ ରେ ଘଟିଥିବା ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟା ଅଭିଯୁକ୍ତ ଲଳିତ ଗୋପ , ମିଥୁନ ଗିରି , ଘୋଷା ବୋଇପାର ଗିରଫ ହୋଇ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଦମ୍ପତ୍ତି ଫେରାର ଅଛନ୍ତି। ଏହା ଏହା ଛଡା ଏହି ହତ୍ୟାକାଣ୍ଡରେ ଆଉ ୨ ରୁ ୩ ଜଣ ସମ୍ପୃକ୍ତ ଥିବା ପୋଲିସ କହିଛି। ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଜମି କିଣା ବିକା କୁ କେନ୍ଦ୍ର କରି ଶନିବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ସଞ୍ଜୟ ଦାସ ଏବଂ ଇନ୍ଦ୍ରଜିତ ସ୍ବାଇଁଙ୍କୁ ହତ୍ୟା କରାଯାଇଥିଲା। କଂଷ୍ଟ୍ରକସନ କଲୋନୀ ର ଗଞ୍ଜୁ ଭୂମିଜ , ତାଙ୍କ ପତ୍ନୀ ଏବଂ ଅନ୍ୟ କେତେଜଣ ମିଶି ଯୁବକ ଦ୍ବୟଙ୍କୁ ହତ୍ୟା କରିଥିବା ପୋଲିସ ଜାଣି ପାରିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.