ରାଉରକେଲା : ବିରମିତ୍ରପୁର ଅଞ୍ଚଳରେ ମିଲେଟ ଉତ୍ପାଦନ ଲାଗି ଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି।।

0 344

ରାଉରକେଲା : ୬/୨ (ସତ୍ୟାନ୍ୟୁଜ) ଆବହମାନ କାଳରୁ ମିଲେଟ୍ କୁ ଏକ ପୁଷ୍ଟିକର ଖାଦ୍ୟ ଭାବେ ଗଣା ଯାଉଥିବା ବେଳେ ସମୟ କ୍ରମେ ଏହାର ବ୍ୟବହାର ଏବଂ ଉତ୍ପାଦନ କମ ହୋଇ ଯାଇଥିଲା। ଏବେ ଏହି ମିଲେଟ ଉତ୍ପାଦନକୁ ସରକାରୀ ସ୍ତରରେ ଗୁରୁତ୍ୱ ଦିଆ ଯାଉଛି। ବର୍ଷ ୨୦୨୩ କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି। ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ମିଲେଟ ଚାଷ କୁ ଉତ୍ସାହିତ କରାଯାଉଛି। ମାଣ୍ଡିଆ , ବାଜରା ଚାଷ ଲାଗି କମ ପାଣି ଆବଶ୍ୟକ ପଡ଼ୁଥିବାରୁ ଏବେ ଜିଲ୍ଲାର ଚାଷୀ ମାଣ୍ଡିଆ ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଚାଷୀଙ୍କ ଠାରୁ ମିଲେଟ ଜାତୀୟ ଶସ୍ୟ କ୍ରୟ କରିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ
ଏନ୍ ଜି ଓ ଙ୍କୁ ନିୟୋଜିତ କରାଯାଇଛି। ଏବେ ଜିଲ୍ଲାର ବିରମିତ୍ରପୁର , ହାତୀବାରି ଅଞ୍ଚଳରେ ଭଲ ମାଣ୍ଡିଆ ଚାଷ ହୋଇଥିବା ବେଳେ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟ ଚାଲିଛି। ନିଜ ଉତ୍ପାଦିତ ସାମଗ୍ରୀ ରୁ ବେଶ ଦୁଇ ପଇସା ରୋଜଗାର କରୁଥିବାରୁ ମିଲେଟ ଚାଷୀ ବେଶ ଖୁଶି। ଉତ୍ପାଦନ ଠାରୁ ଆରମ୍ଭ କରି କିଣା ବିକା ପର୍ଯ୍ୟନ୍ତ ସବୁଥିରେ ଏନ୍ ଜି ଓ ମାନେ ସହାୟତା ଯୋଗାଇ ଦେଉଛନ୍ତି ।

Leave A Reply

Your email address will not be published.