ବଣାଇ : ସ୍କୁଲରେ ଅଚାନକ ପହଞ୍ଚିଲେ ଉପଜିଲ୍ଲାପାଳ।। ବିନା ସୂଚନାରେ ସ୍କୁଲରେ ଅନୁପସ୍ଥିତ ରହିବା ୬ ଜଣ ଶିକ୍ଷକଙ୍କୁ ପଡିଲା ମହଙ୍ଗା।
ବଣାଇ : ୫/୧ (ସତ୍ୟା ନ୍ୟୁଜ) କର୍ତ୍ତବ୍ୟରେ ଅବହେଳା ତଥା ବିନା ସୂଚନାରେ ଅନୁପସ୍ଥିତ ରହିବା ଅଭିଯୋଗରେ ୬ ଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବଣାଇ ଉପଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକର ଭୁତଡା ଉଚ୍ଚ ବିଦ୍ୟାଳୟରେ ୯ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ୬ ଜଣ ଶିକ୍ଷକଙ୍କ ନାମରେ ରେ ଆସିଛି ବିନା ସୂଚନାରେ ଅନୁପସ୍ଥିତ ରହିବା ଅଭିଯୋଗ । ଅଭିଯୋଗ ର ସତ୍ୟାସତ୍ୟ ତଦନ୍ତ ଲାଗି ଆଜି ଉକ୍ତ ସ୍କୁଲରେ ବଣାଇ ଉପଜିଲ୍ଲାପାଳ,ଲହୁଣୀପଡା ବିଡ଼ିଓ, ତହସିଲଦାର, ବଣାଇ ଏସ ଡି ପି ଓ ପ୍ରମୁଖ ପହଞ୍ଚି ଥିଲେ। ୯ ଜଣ ଶିକ୍ଷକ ଙ୍କ ବଦଳରେ ମାତ୍ର ତିନି ଜଣ ଶିକ୍ଷକ ଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ।ଅନ୍ୟ ୬ ଜଣ ବିନା ଛୁଟିରେ ସ୍କୁଲ ଆସି ନଥିବା ଜାଣିବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁନ୍ଦର ଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଏହି ଶିକ୍ଷକ କେଉଁ କାରଣ ରୁ ଏତେ ଦିନ ଧରି ସ୍କୁଲରେ ଅନୁପସ୍ଥିତ ରହୁଛନ୍ତି ତା ଉପରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ବଣାଇ ଉପ ଜିଲ୍ଲାପାଳ ସୁରଜ କୁମାର ସାହୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସୂଚନ ମିଳିଛି।