ରାଇରଙ୍ଗପୁର : ୭୫ ତମ ଗୁଣ୍ଡୁରିଆ ସହିଦ ଦିବସ ପାଳିତ।। ପିସିଏମ କ୍ଲବ କଲ୍ୟାଣ ମଣ୍ଡପରେ ଆଲୋଚନା ଚକ୍ର ଅନୁଷ୍ଠିତ।

0 286

ରାଇରଙ୍ଗପୁର : ୬/୨(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁରଠାରେ ବିଛିନ୍ନାଞ୍ଚଳ ଝାଡଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ ପକ୍ଷରୁ ସ୍ଥାନୀୟ ପି ସି ଏମ୍ କ୍ଲବ କଲ୍ୟାଣ ମଣ୍ଡପ ଠାରେ ୭୫ ତମ ଗୁଣ୍ଡୁରିଆ ଶହୀଦ ଦିବସ ପାଳିତ ହୋଇଯାଇଛି। ଗୁଣ୍ଡୁରିଆରେ ଦେଶ ପାଇଁ ଶହୀଦ ହୋଇଥିବା ବୀର ମାନଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି ଗଣ ହତ୍ୟା ୧୯୧୯ ରେ ଜାଲିୱାନାବାଗ ହତ୍ୟାକାଣ୍ଡ ଠାରୁ କିଛି କମ ନଥିଲା। ୧୯୪୯ ମସିହାରେ ଗୁଣ୍ଡୁରିଆରେ ଏହି ଜଘନ୍ୟ ଗଣ ହତ୍ୟା ହୋଇଥିଲା ।ଇଂରେଜ ସରକାରଙ୍କ ଅନ୍ୟାୟ କୁ ବିରୋଧ କରି ଆଦିବାସୀ ମେଳି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଦମନ କରିବାକୁ ବ୍ରିଟିଶ ଆର୍ମି ବହୁ ଆଦିବାସୀ ପୁରୁଷ ଓ ମହିଳା ଙ୍କୁ ହତ୍ୟା କରିଥିଲେ। ଏହି ଅବସରରେ ରାଇରଙ୍ଗପୁର କଲ୍ୟାଣମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା, ସମ୍ମାନିତ ଅତିଥି ପୂର୍ବତନ ଜେ ଏମ ଏମ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଂପାଦକ ସୁନ୍ଦର ମୋହନ ସିଂ,ପୂର୍ବତନ ଜେଏମଏମ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବହଳଦା ବ୍ଲକ୍ ର ରଘୁନାଥ ମାଝୀ,ଜୁଗୁ ସୋରେନ ଓ ବଂଶୀ ହାଁସଦାଃ ପ୍ରମୁଖ ଯୋଗଦାନ କରିଥିବା ବେଳେ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ହାଁସଦାଃ,ଚାସେନ ମାଝୀ,ସୁଲୁ ମାଝୀ ଓ ଶ୍ରୀମତୀ ପର୍ବତୀ ମୁଣ୍ଡା ଙ୍କୁ ସମ୍ମାନିତ କରାଯାଇଥିଲା |ଏଥିରେ ରଇରଙ୍ଗପୁର ଉପଖଣ୍ଡର ବହୁ ଜେଏମଏମ କର୍ମୀ ଉପସ୍ଥିତ ଥିଲେ |ଉପସ୍ଥିତ ଅତିଥିଗଣ ଗୁଣ୍ଡୁରିଆ ଶହିଦ ଦିବସ ସମ୍ପର୍କରେ ନିଜ ବ୍ୟକ୍ତବ୍ୟ ରଖିବା ସହ ମୟୂରଭଞ୍ଜର ବିକାଶ ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.