ରାଉରକେଲା : ୫/୨ (ସତ୍ୟାନ୍ୟୁଜ) ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାର ଫୁଲର ସମ୍ଭାର ଆକର୍ଷିତ କରୁଛି ଲୋକମାନଙ୍କୁ। ଗୋଲାପ , ଡାଲିଆ, ସେବତୀ , ରଜନୀ ଗନ୍ଧା , ଗେଣ୍ଡୁ ଆଦି ଫୁଲ ପ୍ରଦର୍ଶନୀର ଲୋକମାନେଉଠାଉଛନ୍ତି ଆନନ୍ଦ। ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଏପ୍ରକାର ପ୍ରଦର୍ଶନୀର ଆୟୋଜନ କରାଯାଇଛି ଜୁବୁଲି ପାର୍କରେ। ବିଭିନ୍ନ ପ୍ରକାରର ମନଲୋଭା ଫୁଲ ସହ ଉନ୍ନତ ଧରଣର ପନିପରିବା ମଧ୍ୟ ପ୍ରଦର୍ଶନୀରେ ସାମିଲ କରାଯାଇଥିଲା। ସହର ର ପ୍ରାୟ ୫୫୦ ପ୍ରତିଯୋଗୀ ଏହି ଫଳ ପୁଷ୍ପ ପ୍ରଦର୍ଶନୀରେ ଭାଗ ନେଇଥିଲେ। ବିଶେଷ କରି ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ମାନଙ୍କ ନିଜ ନିଜ ବାଡ଼ିରେ କରିଥିବା ଫୁଲ ଫଳର ପ୍ରଦର୍ଶନ କରାଯାଇଥିଲା। ରାଉରକେଲା ଇସ୍ପାତ କାରଖାନା ଉଦ୍ୟାନ ବିଭାଗ ପକ୍ଷରୁ ଅୟୋଜିତ ଏହି ଫଳ ପୁଷ୍ପ ପ୍ରଦର୍ଶନୀକୁ ଆର ଏସ୍ ପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦଘାଟନ କରିଥିଲେ। ଶ୍ରୀ ଭୌମିକ ପ୍ରଦର୍ଶନୀ ବୁଲିବା ସହ କର୍ମଚରୀଙ୍କ ଫୁଲ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ସନକ ମିଶ୍ର ବିଶେଷ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫଳ ପୁଷ୍ପ ପ୍ରଦର୍ଶନୀର ଆନନ୍ଦ ଉଠାଇଥିଲେ। ଆଜି ଏହି ପ୍ରଦର୍ଶନୀରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।