ରାଇରଙ୍ଗପୁର : ବାଘିଆଟାଙ୍ଗର ଠାରେ ୪୬ ତମ କ୍ରୀଡା ଉତ୍ସବ ଏବଂ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ।

0 276

ମୟୁରଭଞ୍ଜ: ୫/୨ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ରାଇରଙ୍ଗପୁର ଉପଖଣ୍ଡ ବିଜାତଳା ବ୍ଲକ୍ ବାଘିଆଟାଙ୍ଗର ଠାରେ ୪୬ତମ ବାର୍ଷିକ କ୍ରୀଡା ଉତ୍ସବ ଏବଂ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |ଏହି ପ୍ରତଯୋଗୀତାରେ ବାଳକ, ବାଳିକାମାନଙ୍କ ସହ ବୟସ୍କଙ୍କ ଦୌଡ, ଅଙ୍କକଷା, ମ୍ୟୁଜିକ୍ ଚେୟାର ଆଦି ଖେଳ ଅୟୋଜିତ ହୋଇଥିଲା। ଏହି ଉପଲକ୍ଷେ ଆଦିବାସୀ ଲୋକ ନୃତ୍ୟ , ଡାଣ୍ଟା ନାଚ,ଡିସକୋ ଡ୍ୟାନ୍ସ ଏବଂ ବୁଢୀଗାଳି ନାଚ ଲୋକଙ୍କୁ ଆକର୍ଷିତ କରିଥିଲା। କୃତି କ୍ରୀଡ଼ାବିତ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନଙ୍କ ସମାଗମ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ଆନନ୍ଦ ହେମ୍ବ୍ରମ୍,ଉପସଭାପତି ଲକ୍ଷ୍ମଣ ହାଁସଦା ,ସଂପାଦକ ହିକିମ୍ ସୋରେନ,ଉପସଂପାଦକ କରୁଣାକର ହାଁସଦାଃ,କମିଟୀ ମୁଖ୍ୟ ପିଥ ହାଁସଦା ସହ ଅନ୍ୟାନ୍ୟ କର୍ମକର୍ତାମାନେ ସହଯୋଗ କରିଥିଲେ |ଏଥିରେ ସମ୍ମାନୀୟ ଅତିଥି ଭାବେ ମାତାଲ ବାସ୍କେ,ସୁନାରାମ ହାଁସଦା,ରାମଚନ୍ଦ୍ର ବେସ୍ରା,ସୀତାମଣି ହାଁସଦାଃ,ସୁଧୀର ଚନ୍ଦ୍ର ସୋରେନ ତଥା ମୁଖ୍ୟ ଅତିଥି ରୂପେ ବିଜାତଳା ପଞ୍ଚାୟତ ସମିତି ଅଧକ୍ଷ୍ୟ ରାନୀ ମୁର୍ମୁ,ବିଜାତଳା ପଞ୍ଚାୟତ ସମିତି ଉପାଧକ୍ଷା ରୁପିମଣି ଟୁଡୁ,ବିଜାତଳା ଗ୍ରାମପଞ୍ଚାୟତ ସରପଞ୍ଚ ଦମୟନ୍ତୀ ଟୁଡୁ,ବିଜାତଳା ଗ୍ରାମପଞ୍ଚାୟତ ନାଏବ ସରପଞ୍ଚ ବରିଷା ମାର୍ଣ୍ଡି,ବିଜାତଳା ପଞ୍ଚାୟତ ସମିତି ସଭ୍ୟ ଦିବ ଟୁଡୁ ଓ ୩୨ ନଂ ଜିଲ୍ଲା ପରିଷଦ ସଭ୍ୟ ମୀନା ସୋରେନ ପ୍ରମୁଖ ଉପସ୍ଥିତ ରହି କ୍ରୀଡାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ |ଏହି ସାସ୍କୃତିକ ଓ ମନୋରଂଜନ ଧର୍ମୀ ପ୍ରତିଯୋଗିତାକୁ ଦେଖିବା ପାଇଁ ସ୍ଥାନୀୟ ତଥା ଆଖପାଖରୁ ଲୋକେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Leave A Reply

Your email address will not be published.