ମୟୁରଭଞ୍ଜ : ଗୁରୁ ଗୋମକେ ରଘୁନାଥ ମୁର୍ମୁଙ୍କ ତିରୋଧାନ ଦିବସ ପାଳିତ।। ଜନ୍ମ ମାଟିରେ ଯୋଗଦେଲେ ଶହଶହ ଶ୍ରଦ୍ଧାଳୁ।

0 330

ମୟୁରଭଞ୍ଜ : ୫/୨ (ସତ୍ୟାନ୍ୟୁଜ) ଅଲଚିକି ଲିପି ସ୍ରଷ୍ଟା ଗୁରୁ ଗୋମକେ ରଘୁନାଥ ମୁର୍ମୁ ଙ୍କର ତିରୋଧାନ ଦିବସ | ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ଜନ୍ମଭୂମି ମୟୁରଭଞ୍ଜ ଜିଲ୍ଲା ଦଣ୍ଡାବୋଷ ଠାରେ ଥିବା ସମାଧିପୀଠରେ ଆଦିବାସୀ ପୁରୁଷ ଏବଂ ମହିଳା ମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବିହାର,ଝାରଖଣ୍ଡ, ବଙ୍ଗାଳାଦେଶ ତଥା ଅନ୍ୟ କେତେକ ଦେଶରୁ ଦଶ ହଜାରରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ। ଲୋକମାନେ ନାନା ପ୍ରକାର ନୈବେଦ୍ୟ ସାଙ୍ଗରେ ନେଇ ଗୁରୁ ଗୋମକେ ନିକଟରେ ସମର୍ପଣ କରି ନିଜ ପରିବାର ତଥା ବନ୍ଧୁବାନ୍ଧବମାନଙ୍କର କଲ୍ୟାଣ ପ୍ରାର୍ଥନା କରିଥିଲେ । ପ୍ରସାଦ ସେବନର ବ୍ୟବସ୍ଥା ଗୁରୁ ଗୋମକେ ରଘୁନାଥ ମୁର୍ମୁ ସେବା ସଦନ ପକ୍ଷରୁ କରା ଯାଇଥିଲା । ଶ୍ରଦ୍ଧାଳୁ ମାନେ ଗୁରୁଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଯେ ଆମ୍ଭେ ପ୍ରତିବର୍ଷ ଏଠାକୁ ଆସୁଛୁ ଏବଂ ଗୁରୁଙ୍କ ଆଶିଷ ଲାଭ କରିଅଛୁ। ତା ସହିତ ଆମେ ସାରନା ଧର୍ମକୁ ସମ୍ମାନ ଦେଉଛୁ। ଆମ ସହିତ ଆମର ପରିବାର ଲୋକ ଏଠାକୁ ଆସିଛନ୍ତି |ଗୁରୁ ଙ୍କର କରୁଣା ଆମ ପ୍ରତି ସଦା ସର୍ବଦା ଲାଗିରହିଛି ।

Leave A Reply

Your email address will not be published.