ରାଉରକେଲା : ଟାଙ୍ଗରପାଲି ଥାନା ଅଞ୍ଚଳରେ ଡବଲ ମର୍ଡର।। ଧାରୁଆ ଅସ୍ତ୍ରରେ ହାଣି ଲାଲ ଟାଙ୍କି ଅଞ୍ଚଳର ଦୁଇ ଯୁବକଙ୍କୁ ହତ୍ୟା।

0 10,276

ରାଉରକେଲା : ୪/୧(ସତ୍ୟାନ୍ୟୁଜ) ରାଉରକେଲା କଂଷ୍ଟ୍ରକସନ କଲୋନୀ ନିକଟରେ ଦୁଇ ଜଣ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ବେଳେ ହତ୍ୟାକାରୀଙ୍କ ମଧ୍ୟ କୌଣସି ସନ୍ଧାନ ମିଳିପାରିନାହିଁ। ଟାଙ୍ଗରପାଲି ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକଙ୍କୁ ଚିହ୍ନଟ କରାଯାଇଛି। ଉଭୟ ଯୁବକ ଲାଲ ଟାଙ୍କି ଅଞ୍ଚଳର ସଞ୍ଜୟ ଦାସ ଏବଂ ଇନ୍ଦ୍ରଜିତ ସ୍ୱାଇଁ ବୋଲି ଜଣାପଡିଛି।
ମିଲଥିବା ସୂଚନା ଅନୁଯାୟୀ ମୃତକ ସଞ୍ଜୟ ଏବଂ ଇନ୍ଦ୍ରଜିତ ଆଜି ଅପରାହ୍ନରେ ଘରୁ ବାହାରି ଥିଲେ। ପରେ ସନ୍ଧ୍ୟାରେ ସେମାନଙ୍କ ମୃତ ଦେହ କଂଷ୍ଟ୍ରକସନ କଲୋନୀ ନିକଟ ଏକ ଘର ନିକଟରୁ ମିଳି ଥିଲା। ମୃତକଙ୍କ ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ରହିଛି। କୌଣସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ହତ୍ୟା କରଯାଇଥିବା ଜଣାପଡୁଛି। ଏ ବାବଦରେ ପୋଲିସ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.