ରାଉରକେଲା : ଏନ୍ ଆଇ ଟି ର ୨୦ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ।। ୧୭୧୭ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ।। ୩୫୧ ଜଣ ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ।

0 370

ରାଉରକେଲା : ୪/୧ (ସତ୍ୟାନ୍ୟୁଜ) ରାଉରକେଲା ଏନ୍ ଆଇ ଟି ର ୨୦ ତମ ସମାବର୍ତ୍ତନ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ୧୭୧୭ ଜଣ ବିଦ୍ୟାର୍ଥୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ୭୬୭ ଜଣଙ୍କୁ ବି ଟେକ୍ ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୫୨୫ ଜଣଙ୍କୁ ଏମ୍ ଟେକ୍ ଡିଗ୍ରୀ ପ୍ରଦାନ କରାଯାଇଥିଲା। ଚଳିତ ଶିକ୍ଷା ବର୍ଷରେ ୩୫୧ ଜଣ ଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ୯ ଜଣ ଆଲୁମିନି ଙ୍କୁ ମଧ୍ୟ ଚଳିତ ବର୍ଷ ସମ୍ମାନିତ କରାଯାଇଥିଲା। ଏନ୍ ଆଇ ଟି ର ନିର୍ଦ୍ଦେଶକ କେ ଉମାଶଙ୍କର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଲ୍ ର ଚେୟାରମ୍ୟାନ ଶୋମା ମଣ୍ଡଳ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ମହାନଦୀ କୋଲ ଫିଲଡ଼ ର ଚେୟାରମ୍ୟାନ ଓମ୍ ପ୍ରକାଶ ସିଂ ଯୋଗ ଦେଇଥିଲେ। ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ।

Leave A Reply

Your email address will not be published.