ରାଉରକେଲା : ନୂତନ କୋର୍ଟ ପରିସରରେ ଭରଚୁଆଲ ହାଇକୋର୍ଟ ଉଦଘାଟିତ।

0 426

ରାଉରକେଲା,୩/୨(ସତ୍ୟାନ୍ୟୁଜ): ରାଉରକେଲା ଠାରେ ଆଜି ଭର୍ଚ୍ଯୁଆଲ ହାଇକୋର୍ଟ ଉଦ୍ଘାଟିତ ହୋଇଯାଇଛି। ଉଦିତନଗର ସ୍ଥିତ ନୂଆ କୋର୍ଟ ବିଲଡିଂ ଠାରେ ଭର୍ଚ୍ଯୁଆଲ ମାଧ୍ୟମରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଧନଞ୍ଜୟ ଓ୍ବାଇ ଚନ୍ଦ୍ରଚୂଡ଼ ଉଦ୍ଘାଟନ କରିଥିଲେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୂରଲୀଧରନ୍ ଓ ଅନ୍ୟ ବିଚାରପତି ମାନେ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ରାଉରକେଲା ଠାରେ ସୁନ୍ଦରଗଡ଼ ଜିଲ୍ଲା ଦୌରା ଜର୍ଜ ଶୁଭଦର୍ଶୀ ପଟ୍ଟନାୟକ, ରାଉରକେଲା ଅତିରିକ୍ତ ଜିଲ୍ଲା ଜର୍ଜ ଡ.ଭି ସୁଜାତା, ମନୋଜ କୁମାର ଓ ପୋକ୍ସୋ ଜଜ, ଅନ୍ୟ ସମସ୍ତ ଜୁଡିସିଆଲ ଅଫିସରଙ୍କ ସମେତ ଓକିଲ ସଂଘ ସଭାପତି ସୁରେଶ ଚନ୍ଦ୍ର ମାଝୀ, ଉପ ସଭାପତି ସଦାନନ୍ଦ ସାହୁ, ସମ୍ପାଦକ ଅକ୍ଷୟ ସାହୁ, ସହ ସମ୍ପାଦକ ମାନସ ପଣ୍ଡା, ହରି ଦୋରା, ଭାରତ ଭୁଷଣ ପାଣ୍ଡେ, କୋଷାଧ୍ୟକ୍ଷ ଶ୍ରୀନିବାସ ପଣ୍ଡା, ସଭ୍ୟ ପଦ୍ମିନୀ ଦାସ, ମେରୀ ମେକ୍ସିମା ଏକ୍କା, ଆଇନଜୀବୀ ପଙ୍କଜ ଦାସ, ଦଣ୍ଡପାଣି ଚୌଧୁରୀ, ଗିରିଶ ମହାପାତ୍ର, ରବି ମିଶ୍ର, ସତ୍ୟ ଶର୍ମା, ଅନୁପ ସାହୁ, ଆରତୀ ଚୌଧୁରୀ, ଶୈବଲ୍ ସେନ, ପ୍ରମୋଦ ଦେବତା, କବିତା ମହାପାତ୍ର, ଅନିତା ଦାସ, ସନ୍ତୋଷ ଭଦ୍ର, ସରୋଜ ମହାପାତ୍ର, ଅନୁପ ସାହୁ, ସନ୍ତୋଷ ନାୟକ, ପବିତ୍ର ଜେନା ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। ଭର୍ଚ୍ଯୁଆଲ ହାଇକୋର୍ଟ ମାଧ୍ୟମରେ ନ୍ୟାୟିକ ପ୍ରକ୍ରିୟାରେ ଥିବା ଏବଂ ନ୍ୟାୟ ପାଇଁ ଅପେକ୍ଷା କରିଥିବା ବିଶେଷ କରି ଉଚ୍ଚ ନ୍ୟାୟାଳୟରେ ଥିବା କେସ ଗୁଡ଼ିକର ତ୍ୱରିତ ଓ ସୁଲଭ ମୂଲ୍ୟରେ ସାଧାରଣ ମଣିଷ ନ୍ୟାୟ ପାଇ ପାରିବ। ସୁଦୂର ଜରେଇକେଲା, କୋଇଡା, ବରସୁଆଁ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଉଚ୍ଚ ନ୍ୟାୟାଳୟକୁ ପହଞ୍ଚି ପାରୁ ନଥିବା ବ୍ୟକ୍ତି ପାଇଁ ଭର୍ଚ୍ଯୁଆଲ ହାଇକୋର୍ଟ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବନି। ବିଚାର ପ୍ରକ୍ରିୟା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଡ. ଏସ ମୂରଲୀଧରଙ୍କ ଏହି ଅବଦାନ ପାଇଁ ତାଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ସୁପ୍ରମକୋର୍ଟଙ୍କ ଅନ୍ୟ ଏକ ଘୋଷଣା ସାରା ଓଡିଶାବାସୀଙ୍କୁ ଏକ ଖୁସି ଗୌରବ ଆଣି ଦେଇଛି। କମ୍ ଦିନ ମଧ୍ୟରେ ଓଡ଼ିଶା ହାଇକୋର୍ଟର ସମସ୍ତ ଜଜମେଣ୍ଟ ଓ ଅର୍ଡର ଗୁଡ଼ିକ ଓଡ଼ିଆ ଭାଷାରେ ପ୍ରକାଶ ପାଇବ ବୋଲି ଜଷ୍ଟିସ ଘୋଷଣା କରିଛନ୍ତି। ସେହିପରି ଖୁବ୍ କମ୍ ଦିନରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ନେଇ ରାଉରକେଲା ଠାରେ ଏକ ଜୁଡ଼ସିଆଲ୍ ଏକାଡେମୀ ସ୍ଥାପନା କରିବା ନିଷ୍ପତିକୁ ସଂଘ ସ୍ୱାଗତ କରି କୃତଜ୍ଞତା ଜ୍ଞାପନ କରିଛି।

Leave A Reply

Your email address will not be published.