ରାଉରକେଲା : ଉଜୁଡିବାରେ ଲାଗିଛି ସହରର ସୌନ୍ଦର୍ଯ୍ୟକରଣ କାମ।। ଡିଏଭି ପୋଖରୀ ପାଚେରୀରେ ଲାଗିଥିବା ପାଇପ ନେଇଗଲେ ଚୋର।

0 703

ରାଉରକେଲା: ୩/୨(ସତ୍ୟାନ୍ୟୁଜ) କେତେକ ଅସାମାଜିକ ଲୋକଙ୍କ ମନୋବୃତ୍ତି ଯୋଗୁଁ ହକି ବିଶ୍ୱକପ ପର୍ବରୁ ସହରରେ ହୋଇଥିବା ସୌନ୍ଦର୍ଯ୍ୟକରଣ ଉଜୁଡିବାରେ ଲାଗିଛି। ରାଉରକେଲାରେ ହକି ବିଶ୍ୱକପ ପୂର୍ବରୁ ସହରକୁ ବହୁ ସୁନ୍ଦର ଭାବେ ସଜା ଯାଇଥିଲା। ରାସ୍ତାଘାଟ ଠାରୁ ନେଇ ପୋଖରୀ , ପାର୍କ ଆଦିର ନବୀକରଣ କରାଯାଇ ଅତି ସୁନ୍ଦର କରାଯାଇଥିଲା। ତା ମଧ୍ୟରୁ ବାସନ୍ତୀ କଲୋନୀ ନିକଟ
ଡି ଏ ଭି ପୋଖରୀ ଅନ୍ୟତମ। ଏହି ସ୍ଥାନକୁ ଆକର୍ଷକ କରାଯିବା ସହ ୱାଟର ପାର୍କ ମଧ୍ୟ ହୋଇଛି। ଚାରିପଟେ ପାଚେରୀରେ ପାଇପ ଲଗାଯାଇ ଘେରା ମଧ୍ୟ ଯାଇଛି। ମାତ୍ର କେତେକ ଅସାମାଜିକ ଲୋକ ଡି ଏ ଭି ପୋଖରୀ ପାଚେରୀରେ ଲାଗିଥିବା କେତେ ଗୁଡିଏ ପାଇପ ଚୋରି କରି ନେଇ ଯାଇଛନ୍ତି। ଅନ୍ୟ କେତେକ ସ୍ଥାନରେ ଲାଇଟ ପୋଷ୍ଟକୁ ନଷ୍ଟ କରୁଥିବା ସୂଚନା ମଧ୍ୟ ଆସୁଛି। ଏବେ ଏହି ସମସ୍ତ ସ୍ଥାନରେ ସଠିକ ଭାବେ ସୁରକ୍ଷା ବ୍ୟବସ୍ଥା ନକଲେ ଖୁବ ଶୀଘ୍ର ସୌନ୍ଦର୍ଯ୍ୟକରଣ କାମ ଉଜୁଡି ଯିବା ଆଶଙ୍କା ପ୍ରକାଶ ପାଇଛି। ତେବେ ସହର ସୌନ୍ଦର୍ଯ୍ୟକରଣର ରକ୍ଷଣାବେକ୍ଷଣ କରିବା ସମସ୍ତଙ୍କ ଦାୟିତ୍ୱ। କେବଳ ପ୍ରଶାସନ ଉପରେ ସବୁ ଦାୟିତ୍ୱ ଲଦି ଦେଲେ ହେବ ନାହିଁ।

Leave A Reply

Your email address will not be published.