କାରଞ୍ଜିଆ : ଯାତ୍ରୀବାହୀ ବସ ଏବଂ ହାଇୱା ମଧ୍ୟରେ ଦୁର୍ଘଟଣା।। ୨୦ ଆହତ , ୫ ଗୁରୁତର।

0 322

ମୟୁରଭଞ୍ଜ : ୩/୧(ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡା) ବାଲିବଝେଇ ହାଇୱା ଟ୍ରକ ସହ ଏକ ଘରୋଇ ଯାତ୍ରୀବାହୀ ବସ ଧକ୍କା ହେବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଏହି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବାରିପଦା-କରଞ୍ଜିଆ କୁ ସଂଯଗ କରୁଥିବା ୨୨୦ ନମ୍ବର ଜାତୀୟ ରାଜପଥରେ। କାରଞ୍ଜିଆ ଗ୍ରୀଡ଼ ସମୁଖରେ ଏହି ଦୁର୍ଘଟଣା ଶୁକ୍ରବାର ଦିନ ପୂର୍ବାହ୍ନରେ ହୋଇଛି। ସୂଚନା ଅନୁଯାୟୀ
କଲ୍ୟାଣି ନାମକ ଏକ ଘରୋଇ ବସ ହାତିବାରୀ ଗ୍ରାମ ରୁ କରଞ୍ଜିଆ ଅଭିମୁଖେ ଆସୁଥିବା ବେଳେ ଏକ ବାଲି ବୋଝେଇ ହାଇୱା ଟ୍ରକ କୁ ପଛରୁ ଧକ୍କା ଦେଇଥିଲା। ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ଆହତଙ୍କୁ ଚିକିତ୍ସା ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ପଠାଇଥିଲେ। ଦୁର୍ଘଟଣାରେ ବସ୍ ର ସାମ୍ନା ଅଂଶ ସପୂର୍ଣ ଭାଙ୍ଗି ଯାଇଛି। କରଞ୍ଜିଆ ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.