ରାଜଗାଙ୍ଗପୁର : ଗୋବରରୁ ପ୍ରସ୍ତୁତ ହେଉଛି କାଠ।। ଶସ୍ତା ପଡିବା ସହ ପରିବେଶ ସୁରକ୍ଷାରେ କରୁଛି ସାହାଯ୍ୟ।

0 419

ରାଜଗାଙ୍ଗପୁର: ୨/୨(ସତ୍ୟାନ୍ୟୁଜ) ଏବେ ମାନବ ସମାଜ ନିକଟରେ ସବୁ ଠାରୁ ବଡ ଆହ୍ୱାନ ହେଉଛି ପରିବେଶ ସୁରକ୍ଷା। ସେଥିଲାଗି ଜଙ୍ଗଲ ସୁରକ୍ଷା ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରେ। ଏହାର ଅର୍ଥ ହେଲା କାଠର ବ୍ୟବହାର କମ କରିବା। ପୂର୍ବରୁ ଜାଳେଣି ଲାଗି କାଠର ବ୍ୟବହାର ବହୁଳ ଭାବେ କରା ଯାଉଥିଲା। ଏହା ଛଡା ଦାହ ସଂସ୍କାର ଲାଗି ମଧ୍ୟ କାଠ ବ୍ୟବହାର ହୁଏ। ଏବେ କାଠର ବ୍ୟବହାର କମ କରିବା ଲାଗି ଗୋ କାଷ୍ଠ ପ୍ରସ୍ତୁତ କରାଯାଉଛି। ଗାଈ ଗୋବରରୁ ଏହା ପ୍ରସ୍ତୁତ ହେଉଛି। ରାଜଗାଙ୍ଗପୁରର ଜଣେ ବ୍ୟବସାୟୀ ବିନୋଦ ଅଗ୍ରୱାଲ ଏହି ଗୋ କାଷ୍ଠ ମେସିନ ଦ୍ୱାରା ତିଆରି କରୁଛନ୍ତି।

ଗୋବରରୁ ବିଭିନ୍ନ ପ୍ରକାର ଉପକରଣ ଯଥା ଦୀପ ,ଧୂପ,ଅଗରବତୀ ପ୍ରଭୃତି ତିଆରି ହେଇଥାଏ। ଆଜିର ଆଧୁନିକ ଯୁଗରେ କାଠର ବିକଳ୍ପ ରୂପେ ଗୋବରରୁ କାଠ ବା ଗୋକାଷ୍ଠ ତିଆରି ହେଉଛି। ଆଧୁନିକ ମେସିନ ରେ ତିଆରି ହେଉଥିବା ଏହିକାଠ ବହୁତ ଶସ୍ତାରେ ମିଳୁଥିବା ବେଳେ ଜଙ୍ଗଲ ସଂରକ୍ଷଣରେ ପ୍ରମୁଖ ଭୂମିକା ନେବା ସହିତ ପ୍ରଦୂଷଣ ନିୟନ୍ତ୍ରଣ କରିଥାଏ।ହିନ୍ଦୁ ସମାଜରେ ଶବ ଦାହ ପାଇଁ କାଠ ବ୍ୟବହାର ହୋଇଥାଏ
ଗୋକାଷ୍ଠ ବ୍ୟବହାର ଦ୍ଵାରା ଜଙ୍ଗଲ କ୍ଷୟ କମିଥାଏ।ଏହାର ବ୍ୟବହାର ଦ୍ଵାରା ପରିବେଶ ସନ୍ତୁଳିତ ହେବା ସହ ପ୍ରଦୂଷଣ କମିଥାଏ। କାଠ ତୁଳନାରେ ଗୋକାଷ୍ଠ ବହୁତ ଶସ୍ତା ହୋଇଥିବାରୁ ଏହା ବ୍ୟବହାର ଉପଯୋଗୀ ମଧ୍ୟ ହେଉଛି।

Leave A Reply

Your email address will not be published.