ରାଉରକେଲା: ୧/୨(ସତ୍ୟାନ୍ୟୁଜ)
ଅର୍ଥ ମନ୍ତ୍ରୀ ସୀତାରମଣ ଆଜି ଲୋକ ସଭାରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଅନୁସାରେ ଦେଶର ଆୟକର ସୀମା ବଦଳିଛି ।
୩ ଲକ୍ଷ ପର୍ଯ୍ୟନ୍ତ ଇନକମ ଉପରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।
୩ ଲକ୍ଷ ପରେ ଟ୍ୟାକ୍ସ ଦେବାକୁ ପଡିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ମୁତାବକ ୩ରୁ ୬ ଲକ୍ଷ ପର୍ଯ୍ୟନ୍ତ ଆୟକର ୫ ପ୍ରତିଶତ ବୃଦ୍ଧି ଘଟିଛି ।
ସେହିପରି ୬ରୁ ୯ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିଛି । ୯ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ୧୫ ପ୍ରତିଶତ ଆୟକର ରହିଛି । ୧୨ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆୟକର ୨୦ ପ୍ରତିଶତ ରହିଥିବାବେଳେ ୧୫ରୁ ଅଧିକ ପର୍ଯ୍ୟନ୍ତ କାରବାର ହେଲେ ୩୦ ପ୍ରତିଶତ ଆୟକର ଦେବାକୁ ପଡିବ ବୋଲି ଘୋଷଣା କରଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେହିପରି ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କରିଛନ୍ତି ଅର୍ଥ ମନ୍ତ୍ରୀ । ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି ହୋଇଛି ।
ବଜେଟ ଉପସ୍ଥାପନା ଉପରେ ଆଲୋଚନା ପାଇଁ ଆଜି ରାଉରକେଲା ବଣିକ ସଙ୍ଘ କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା। କେନ୍ଦ୍ରୀୟ ସାଧାରଣ ବଜେଟ କୁ ସ୍ୱାଗତ କରାଯିବା ସହ ସନ୍ତୋଷ ପ୍ରକାଶ କରାଯାଇଥିଲା। ତେବେ ଏମ୍ ଏସ୍ ଏମ୍ ଇ କ୍ଷେତ୍ରରେ ବିଶେଷ ରିହାତି ମିଳି ନଥିବାରୁ ବଣିକ ସଙ୍ଘ ସଭାପତି ନିରାଶା ପ୍ରକଟ କରିଥିଲେ।