ରାଉରକେଲା : ୩୧/୧(ସତ୍ୟାନ୍ୟୁଜ) ରାଉରକେଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବାକୁ ବହୁଦିନ ହେଲା ଦାବି ହୋଇ ଆସୁଛି। ଏବେ କିନ୍ତୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି। ରାଉରକେଲା ଓକିଲ ସଂଘ ରାଉରକେଲାକୁ ଏକ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ଦାବି କରିଥିବା ବେଳେ ବଣାଇ ଓକିଲ ସଂଘ ଏବଂ ବଣାଇ କ୍ରିୟାନୁଷ୍ଠାନ କମିଟି ବଣାଇ କୁ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଏହି ସ୍ୱତନ୍ତ୍ର ଜିଲ୍ଲା ଦାବିକୁ ବିରୋଧ କରିଛନ୍ତି ଆଦିବାସୀ ମୂଳବାସୀ ସଙ୍ଘ। ମଙ୍ଗଳବାର ଦିନ ସଙ୍ଘ ପକ୍ଷରୁ ଏକ ବିଶାଳ ଶୋଭଯାତ୍ରା ବାହାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା କୁ ଭାଗ ଭାଗ କରିବାକୁ ବିରୋଧ କରାଯାଇଥିଲା। ବିଶ୍ରା ଛକରୁ ଏହି ଶୋଭଯାତ୍ରା ବାହାରି ରିଙ୍ଗ ରୋଡ଼ ଦେଇ ଉଦିତନଗର ପହଞ୍ଚିଥିଲା ।